ଝିଅର ମୃତ୍ୟୁକୁ ନେଇ ପାରଳା ଡାକ୍ତରଖାନାରେ ଉତ୍ତେଜନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ୧୦ ବର୍ଷ ବୟସର ଜଣେ ଝିଅର ମୃତଦେହକୁ ନେଇ ଉତ୍ତେଜନା ଦେଖା ଦେଇଛି । ଘଟଣାରୁ ପ୍ରକାଶ ଯେ, ଗତକାଲିି ଗୁରାଣ୍ଡି ଥାନା ଅନ୍ତର୍ଗତ ଖରଷଣ୍ଢା ଗ୍ରାମର ଜଣେ ୧୦ ବର୍ଷର ଝିଅର ସ୍ୱାସ୍ଥ୍ୟରେ ଅବନତି ଘଟିଥିଲା । ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଅଣାଯାଇଥିଲା । ହେଲେ ଡାକ୍ତରଖାନାରେ ପହଞ୍ôଚବା ପରେ ଦିୟିତ୍ୱରେ ଥିବା ଡାକ୍ତର ଝିଅଟି ମୃତ୍ୟୁବରଣ କରି ସାରିଥିବା କହି ଶବଟିକୁ ଘରକୁ ନେଇ ଯିବାକୁ କହିଥିଲେ । ପରିବାର ଓ ଗ୍ରାମବାସୀ ଡାକ୍ତରଖାନାକୁ ଶବକୁ ନିଜ ଗ୍ରାମକୁ ଫେରଆଇ ନେଉଥିବା ବେଳେ କାର୍ଯ୍ୟରତ ସିକ୍ୟୁରିଟିଗାର୍ଡମାନେ ଶବକୁ ଅଟକାଇ ବ୍ୟବଚ୍ଛେଦ ପାଇଁ ନେବାକୁ କହିଥିଲେ । ଏଥିରେ ପରିବାର ବର୍ଗ ଓ ଗ୍ରାମବାସୀ ଉତ୍ତେଜିତ ହେବା ଯୋଗୁଁ ବାଦବିବାଦ ଦ୍ୱାରା ଉତ୍ତେଜନା ସୃଷି ହୋଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ôଚବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ପୋଲିସ ଉପସ୍ଥିତିରେ ମୃତ ଦେହର ବ୍ୟବଚ୍ଛେଦ ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ