ନକଲି ମୋବିଲ୍ କାରଖାନା ଠାବ, ୨ ଗିରଫ 

ବାଲେଶ୍ୱର, ,(ଯୁଗାବ୍ଦ ନ୍ୟୁଜ୍): ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଏକ ଅଞ୍ଚଳରେ ନକଲି ମୋବିଲ କାରଖାନା ଠାବ ହୋଇଛି । ପୁଲିସ ଚଢାଉ କରି ଘଟଣାସ୍ଥଳରୁ ୧୨ ଶହ ଲିଟର ନକଲି ମୋବିଲ ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଯୁବକ ଦୁଇ ଜଣ ହେଲେ ଇସୁବ୍ ଖାନ୍ (୩୦) ଏବଂ ଇର୍ଶାଦ୍ ଖାନ୍ (୧୮) । ଜବତ ନକଲି ମୋବିଲର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ କହିଛି । ସୂଚନାଯୋଗ୍ୟ, ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଅରଡ ବଜାର ଗୋଳା ପୋଲ ନିକଟରେ ଡ.ସେକ୍ ଅବଦୁଲ ମଜତଙ୍କ ଭଡା ଘରେ ଏହି ନକଲି ମଦ କାରଖାନା ଚାଲିଥିଲା । ଇବ୍ରିଜ୍ ଖାନ୍ ନାମକ ଜଣେ ବ୍ୟକ୍ତି ଘର ଭଡା ନେଇ ୨୦ ବର୍ଷ ଧରି ସେଠାରେ ଏହି ନକଲି ମୋବିଲ କାରଖାନା ଚଲାଇ ଆସୁଥିଲା । ଗିରଫ ହୋଇଥିବା ଯୁବକ ଦୁଇ ଜଣ ଇବ୍ରିଜ୍ ଖାନର ପୁଅ ବୋଲି ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ