ନନ୍ଦିନୀଙ୍କ ଚିକିତ୍ସା ପାଇଁ ରେଡ୍କ୍ରସ ପାଣ୍ଠିରୁ ସହାୟତା
ଶେରଗଡ,(ଦେବୀ ପ୍ରସାଦ ଦାଶ): ଶେରଗଡ ବ୍ଲକ ବ୍ରାହ୍ମଣଛାଇ ପଂଚାୟତ ଅଧିନ ଗୁଡସର ଗ୍ରାମର ନନ୍ଦିନୀ ବେହେରା ଦୀର୍ଘଦିନ ଧରି ଚର୍ମ ରୋଗରେ ଆକ୍ରାନ୍ତ ହୋଇ ପିଡିତ ଥିବା ବେଳେ ତାହାର ଉନ୍ନତ ମାନର ଚିକିତ୍ସା ନିମନ୍ତେ ରେଡ୍କ୍ରସ ପାଣ୍ଠିର ଗୋଷ୍ଠି ଉନ୍ନୟନ ଅଧିକାରୀ ୁ ପାଞ୍ଚ ହଜାର ଟଙ୍କା ପ୍ରଦାନ କରିବା ସହ ଉନ୍ନତ ମାନର ଚିକିତ୍ସା ନିମନ୍ତେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ପଠାଇବା ପାଇଁ ବନ୍ଦୋବସ୍ତ କରିଛନ୍ତି । ତାଙ୍କର ଚିକିତ୍ସା କ୍ଷେତ୍ରରେ ଅର୍ଥ ବାଧକ ସାଜିଥିବା ବେଳେ ସେ ତୃତିୟ ଶ୍ରେଣୀରେ ଅଧୟନ କରୁଥିବା ଜଣାପଡିଛି । ନନ୍ଦିନୀ ଚର୍ମ ରୋଗରେ ଆକ୍ରାନ୍ତ ହୋଇ ଗୁଡିସର ସ୍କୁଲରେ ଅଧୟନରତ ଥିବା ବେଳେ ଶିକ୍ଷକ ତାଙ୍କ ପରିବାର ର ଆର୍ଥିକ ଅନଟନ ଜାଣି ଛାତ୍ରୀ ଟିର ଚିକିତ୍ସା ନିମନ୍ତେ ଅଧିକାରୀଙ୍କୁ ଜଣାଇଥିଲେ । ଏହା ପରେ ସୋମବାର ଗୋଷ୍ଠି ଉନ୍ନୟନ ଅଧିକାରୀ ଗ୍ରାମରେ ପହଞ୍ଚି ଚିକିତ୍ସା ନିମନ୍ତେ ୫ ହଜାର ଟଙ୍କା ପରିବାରକୁ ପ୍ରଦାନ କରିବା ସହ ଉତ୍ତମ ଚିକିତ୍ସା ନିମନ୍ତେ ବନ୍ଦୋବସ୍ତ କରିଛନ୍ତି । ଏଭଳି ଘଟଣାକୁ ନନ୍ଦିନୀ ବେହେରାଙ୍କ ବାପା ସୂୁର୍ଯ୍ୟନାରାୟଣ ବେହେରା ସ୍କୁଲର ଶିକ୍ଷକ ଓ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଏଭଳି ସହାୟତା କୁ ପ୍ରଂଶସା କରିବା ସହ ଧନ୍ୟବାଦ ଦେଇଥିଲେ । ଗରିବ ପରିବାରକୁ ସହାୟତା କରାଯାଇଥିବାରୁ ଅଂଚଳବାସୀ ମଧ୍ୟ ସ୍ୱାଗତ ଜଣାଇଛନ୍ତି ।