ଦୁଇ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳନ

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜ ଓ ବାଲିପଦର ଡିଗ୍ରୀ କଲେଜ ପକ୍ଷରୁ ଅକ୍ଟୋବର ୩୧ ତାରିଖ ଦିନ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି। ୧୮୭୫ ଅକ୍ଟୋବର ୩୧ ତାରିଖ ଦିନ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଜନ୍ମ ଗ୍ରହଣ କରିଥିଲେ। ତାଙ୍କର ଜନ୍ମ ଦିବସକୁ ୨୦୧୪ ମସିହାରୁ ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳନ କରାଯାଉଛି। ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ ବୁଗୁଡା ପିପୁଲସ କଲେଜ ଓ ବାଲିପଦର ଡିଗ୍ରୀ କଲେଜ ଦ୍ୱୟର ରାଷ୍ଟ୍ରୀୟ ସେବା ଯୋଜନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ ହୋଇଥିଲା। ବୁଗୁଡା ପିପୁଲସ କଲେଜରେ ଏନ. ଏସ.ଏସ. ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର କୁମାର ପୋଲାଇଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥିଭାବେ ଅଧ୍ୟାପିକା ସୁରଜିତା ସାହୁ ଓ ଲାଇବ୍ରେରିଆନ ରଶ୍ମିତା ମିଶ୍ର ଯୋଗଦେଇଥିଲେ। ସର୍ଦ୍ଦାର ପଟେଲଙ୍କ ଦୃଢ଼ ନିଷ୍ପତ୍ତି ଯୋଗୁଁ ବିଭିନ୍ନ ଗଡଜାତ ରାଜ୍ୟ ଭାରତରେ ମିଶ୍ରଣ ହୋଇଥିଲା ବୋଲି ଅତିଥି ବୃନ୍ଦ ପ୍ରକାଶ କରିଥିଲେ। ଦେଶର ଏକତା ପାଇଁ କାର୍ଯ୍ୟ କରିବାକୁ ଏନ.ଏସ.ଏସ. ସ୍ବେଚ୍ଛାସେବୀ ବୃନ୍ଦ ଶପଥ ପାଠ କରିଥିଲେ। ସେହିପରି ବାଲିପଦର ଡିଗ୍ରୀ କଲେଜରେ ରାଷ୍ଟ୍ରୀୟ ସେବା ଯୋଜନା ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳନ ହୋଇଯାଇଛି। ରାଷ୍ଟ୍ରୀୟ ଏକତା ଦିବସ ଉପଲକ୍ଷେ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ଡ଼ଃ ବିବେକାନନ୍ଦ ପଟ୍ଟନାୟକ ଅଧ୍ୟକ୍ଷତା କରିଥିବା ବେଳେ ଏନ.ଏସ.ଏସ. ପ୍ରୋଗ୍ରାମ ଅଫିସର ମିନତୀ ଆଚାରୀ ସଂଯୋଜନା କରିଥିଲେ। ଅତିଥିଭାବେ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଅମୀୟ କୁମାର ସ୍ୱାଇଁ, ଡ଼ଃ ଏ.ଜିତେଶ ରାଓ ଦୋରା, ପ୍ରେମାନନ୍ଦ ପ୍ରଧାନ, ଭକ୍ତଲତା ମହାପାତ୍ର, ସଲୀଳା ନାୟକ, ସୀମାଞ୍ଚଳ ଗୌଡ଼ ଓ କ୍ରୀଡା ଅଧ୍ୟାପକ ଭଞ୍ଜ କିଶୋର ଗୌଡ଼ ଯୋଗଦେଇଥିଲେ। ଅଧ୍ୟକ୍ଷ ଏବଂ ଅଧ୍ୟାପକ ଓ ଅଧ୍ୟାପିକା ବୃନ୍ଦ ଏନ.ଏସ.ଏସ ସ୍ବେଚ୍ଛାସେବୀମାନଙ୍କୁ ନିଜ ବକ୍ତବ୍ୟରେ ଦେଶର ଏକତା ପାଇଁ ଜାତି, ଧର୍ମ, ବର୍ଣ୍ଣ, ଭାଷା ନିର୍ବିଶେଷରେ ମିଳିମିଶି କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଏକ ରାଲେ ନିକଟସ୍ଥ କଲମ୍ବ ଗ୍ରାମ ପରିକ୍ରମା କରି ଜନସଚେତନତା ସୃଷ୍ଟି କରିବା ସହ ରାଷ୍ଟ୍ରୀୟ ଏକତା ପାଇଁ ଶପଥ ପାଠ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ