ନବଦମ୍ପତିଙ୍କୁ ଉପହାର ଦେଲେ, ୩ ମାସ ପରେ ଫେରାଇନେଲେ

0
ଜନ୍ମଦିନ ହେଉ ଅଥବା ବିବାହ ଉତ୍ସବ, ପାର୍ଟି ଫଙ୍କ୍ସନ୍କୁ ଆସିଥିବା ଅତିଥିମାନେ ଉପହାର ଦେଇଥାଆନ୍ତି । ଅଷ୍ଟ୍ରେଲିଆରେ ଏକ ବିବାହ ଉତ୍ସବରେ ଏମିତି ମଧ୍ୟ ଘଟିଥିଲା । ଏକ ବିବାହ ଉତ୍ସବରେ ଯୋଗଦେବାକୁ ପୁଅ ଘରର ଜଣେ ଦୂର ସମ୍ପର୍କୀୟ ଆସିଥିଲେ । ନବ ଦମ୍ପତିଙ୍କୁ ଉପହାର ମଧ୍ୟ ଦେଇଥିଲେ । ମାତ୍ର ବିବାହର ୩ ମାସ ପରେ ସେ ତାଙ୍କ ଉପହାର ମାଗି ନେଇଥିଲେ ।
ପ୍ରକୃତ ଘଟଣା ହେଲା, ସମ୍ପର୍କୀୟ ଜଣଙ୍କ ଉପହାର ସ୍ୱରୂପ ୧୬୦ ପାଉଣ୍ଡ (୧୪ ହଜାର ୫ଶହ ଟଙ୍କା)ର ଏକ ଚେକ୍ ଦେଇଥିଲେ । ମାତ୍ର ଦେବାର ୩ ମାସ ପରେ ତାଙ୍କ ନିକଟକୁ ଏକ କଲ୍ ଆସିଥିଲା । ସେହି ସମ୍ପର୍କୀୟ ତାଙ୍କୁ ଫୋନ୍ କରି କହିଥିଲେ, ସେ ୧୬ ପାଉଣ୍ଡ (୧୫ ଶହ ଟଙ୍କା) ଦେବାକୁ ଚାହୁଁଥିଲେ । ମାତ୍ର ଭୁଲରେ ଏତେ ଟଙ୍କାର ଟେକ୍ ଦେଇ ଦେଇଛନ୍ତି । ତେଣୁ ତାଙ୍କୁ ୧୬ ପାଉଣ୍ଡ (୧୫ଶହ ଟଙ୍କା) ରଖି ବାକି ଟଙ୍କା ଫେରାଇ ଦେବାକୁ କହିଥିଲେ । ଏଥିରେ ପୁଅ ଘର ଲାକେ ରାଗିଯାଇ ଚେକ୍ଟିକୁ ଫେରାଇ ଦେଇଥିଲେ । ନବବଧୂ ନିଜ ଫେସ୍ବୁକ୍ ଆକାଉଣ୍ଟରେ ଏହା ଲେଖି ଶେୟାର କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ