ନବଦୁର୍ଗା ପୂଜନ : ମା’ କୁଷ୍ମାଣ୍ଡା

ବିପିନ ବିହାରୀ ମହାନ୍ତି
ବିପିନ ବିହାରୀ ମହାନ୍ତି

ମା’ ଦୁର୍ଗାଙ୍କର ଚତୁର୍ଥ ସ୍ୱରୂପରେ ସେ କୁଷ୍ମାଣ୍ଡା ଅଟନ୍ତି । ମା’ ତାଙ୍କର ମନ୍ଦହାସ୍ୟରୁ ବିଶ୍ୱ ବ୍ରହ୍ମାଣ୍ଡ (ଅଣ୍ଡ) ସୃଷ୍ଟି କରିବା ଏବଂ ବଳି ରୂପେ ପାଣିକଖାରୁ (କୁଷ୍ମାଣ୍ଡ) ଗ୍ରହଣ କରୁଥିବାରୁ ତାଙ୍କୁ କୁଷ୍ମାଣ୍ଡ କୁହନ୍ତି । ଯେତେବେଳେ ସୃଷ୍ଟିର ଅସ୍ତିତ୍ୱ ନଥିଲା, ସର୍ବତ୍ର ଅନ୍ଧକାର ବିରାଜମାନ କରୁଥିଲା, ସେତେବେଳେ ମା’ ଦୁର୍ଗା ତାଙ୍କର ଇଷତ୍ ବା ସ୍ମିତ ହାସ୍ୟରୁ ବ୍ରହ୍ମାଣ୍ଡର ରଚନା କରିଥିଲେ । ଅର୍ଥାତ୍ ସେ ସୃଷ୍ଟିର ଆଦି ସ୍ୱରୂପୀ ଏବଂ ଆଦ୍ୟ ଶକ୍ତିଥିଲେ । ଏହା ପୂର୍ବରୁ ବ୍ରହ୍ମାଣ୍ଡର ଅସ୍ତିତ୍ୱ ନଥିଲା ।
ଏ ଦେବୀଙ୍କର ବାହନ ହେଉଛନ୍ତି ବ୍ୟାଘ୍ର । ଏ ଦେବୀଙ୍କର ନିବାସ ସୂର୍ଯ୍ୟ ମଣ୍ଡଳର ଅନ୍ତଃସ୍ଥଳରେ ଅଟେ । ସୂର୍ଯ୍ୟ ମଣ୍ଡଳରେ ପ୍ରଖର ତାପ ଓ ରଶ୍ମିରେ ନିବାସ କରିବା ଶକ୍ତି କେବଳ ଦେବୀଙ୍କ ପାଖରେ ଅଛି । ଦେବୀଙ୍କର ଶାରୀରିକ କାନ୍ତି ଏବଂ ପ୍ରଭା ସୂର୍ଯ୍ୟଙ୍କ ସମ ସମପ୍ରଭ ହେତୁ ସେ ଏହି ମଣ୍ଡଳରେ ରହିପାରନ୍ତି । ସେ ବି ସୂର୍ଯ୍ୟଙ୍କର ପରି ଦେବୀସ୍ୟମାନ, ସୂର୍ଯ୍ୟସ୍ନାତା ଏବଂ ଭାସ୍କର । ତାଙ୍କର ନିଜର ତୁଳନା ସେ ନିଜେ । କୌଣସି ଦେବଦେବୀ ତାଙ୍କର ସମକକ୍ଷ ନୁହଁନ୍ତି । ତାଙ୍କରି ତେଜରେ ଏ ଦଶଦିଗ ଉଦ୍‌ଭାସିତ ଓ ପ୍ରକାଶିତ । ବ୍ରାହ୍ମାଣ୍ଡର ଯେତେ ଜଡ଼ ଜୀବଜନ୍ତୁ ଅଛନ୍ତି ସେମାନେ ଦେଉଥିବା ତେଜ ବା ଜ୍ୟୋତି ସବୁ ଏଇ ମା’ଙ୍କର କରୁଣା ।
ଦେବୀଙ୍କର ଆଠଭୂଜ ହେତୁ, ତାଙ୍କୁ ଅଷ୍ଟଭୂଜା ମ୍ମ କୁହନ୍ତି । ମା’ଙ୍କର ସାତ ହାତରେ ଯଥାକ୍ରମେ କମଣ୍ଡଳୁ, ଧନୁ, ବାଣ, ପଦ୍ମପୁଷ୍ପ, ଅମୃତଭାଣ୍ଡ (କଳସ), ଚକ୍ର ଏବଂ ଗଦା ବିରାଜମାନ । ଅଷ୍ଟମ ହସ୍ତରେ ସବୁ ସିଦ୍ଧି ଓ ନିଧିର ଦେବାର ଜପାମାଳା ।
ନବରାତ୍ରର ଚତୁର୍ଥ ଦିବସରେ ଦେବୀଙ୍କର ଏହି ରୂପକ୍ ପୂଜା ଓ ଆରଧନା କରାଯାଏ । ଏହିଦିନ ସାଧକର ମନ ‘ଅନାହତ’ ରକ୍ରରେ ଥାଏ । ଏଣୁ ଏହିଦିନ ସାଧକ ଅତ୍ୟନ୍ତ ପବିତ୍ର ଓ ସ୍ଥିରମନରେ ଦେବୀଙ୍କ ସ୍ୱରୂପକୁ ୍ମାନରେ ରଖି ପୂଜା ଏବଂ ଉପାସନାରେ ବ୍ରତୀ ହେବା ଆବଶ୍ୟକ ।
ମା’ କୁଷ୍ମାଣ୍ଡଙ୍କର ପୂଜାର ‘ଳସ୍ୱରୂପ ଉପାସକ ବା ଡାକ୍ତର ସମସ୍ତ ରୋଗ ଶୋକ ବିନିଷ୍ଟ ହୁଏ । ଆୟୂ, ଯଶ, ବଳ ଏବଂ ନିରୋଗତା ବୃଦ୍ଧିହୁଏ । ଯଦି କେହି ନିର୍ମଳ ହୃଦୟରେ ଏବଂ ସତ୍‌ମନରେ ମା’ର ଶରଣାଗତ ହୁଏ, ତା’ ପରମ ପ୍ରାଦ ପ୍ରାପ୍ତି ହୁଏ ।
ଏଇଟା ଜାଣିବା କଥା ଯେ ଆମ୍ଭେମାନେ ଶାସ୍ତ୍ର-ପୁରାଣମାନଙ୍କରେ ବର୍ଣ୍ଣିତ ବିଧି ବିଧାନ ଅନୁସାରେ ମା’ ଦୁର୍ଗାଙ୍କର ଉପାସନା କରିବା ସହ ଭକ୍ତିମାର୍ଗରେ ରାତ୍ର-ଦିନ ମା’ଙ୍କୁ ୍ମାନରେ ରଖି ଅଗ୍ରସର ହେବା ଉଚିତ୍ । ମା’ଙ୍କ ଭକ୍ତିମାର୍ଗରେ କିଛି ବି ପାଦ ଯାଉ ନ ଯାଉ ସାଧକ ନିଜେ ମା’ଙ୍କର ଆଶୀର୍ବାଦ ଲାଭ କରିଥିବାର ସକ୍ଷମ ହେବ । ଏ ଦୁଃଖ ଭରା ଜଞ୍ଜାଳମୟ ସଂସାର କେବଳ ମା’ଙ୍କ କୃପାରୁ ସୁଖତ ଓ ସୁଗମ ହୋଇପାରେ । ମା’ଙ୍କ ଉପାସନା ଓ ଭକ୍ତି କାରଣରୁ ଏ ଭବସାଗରେ ନାଆ ବାହିବା ଓ ତାକୁ ପାରିହେବା ଅତ୍ୟନ୍ତ ସହଜ ସା୍ମ ଅଟେ । ମା’ର କୃପା ସମସ୍ତ ବ୍ୟାଧି ଓ ବିପତ୍ତି ଦୂରକରି ଉପାସକକୁ ସୁଖ, ସମୃଦ୍ଧି ଓ ଉନ୍ନତି ପଥରେ ଆଗେଇ ନିଏ । ଏଣୁ ମା’ଙ୍କ କୃପାପାଇଁ ଅନ୍ତିମ ସଦାତତ୍ପର ରହିବା ଉଚିତ୍ ।
ସୁରା ସଂପୂର୍ଣ୍ଣକଳଶଂ ରୁଧିରାପ୍ଳୁତ ମେବଃ
ଦଧାନା ହସ୍ତପଦମାଭ୍ୟା କୁଷ୍ମାଣ୍ଡା ଶୁଭଦାସ୍ତୁ ମେ ।ା
…….ନମସ୍ତସ୍ୟୈ ନମସ୍ତସ୍ୟୈ ନମସ୍ତସ୍ୟୈ ନମୋ ନମଃ ।ା

ଅଧ୍ୟକ୍ଷ
ଓଡ଼ିଶା ଭାଷା ସଂରକ୍ଷଣ ଏବଂ ଗବେଷଣା ପ୍ରତିଷ୍ଠାନ,
ବିପିନ ବିହାରୀ ପାଠାଗାର,ଜଟଣୀ
ଦୂରଭାଷ : ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ