ନାଉଗାଁ ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ବିଶୋଧନ କାର୍ଯ୍ୟକ୍ରମ
ନାଉଗାଁ : ସାରା ବିଶ୍ୱରେ କରୋନା ଭୁତାଣୁ ଦିନକୁ ଦିନ ନିଜର କାୟା ବିସ୍ତାର କରି ଚାଲିଛି । ଏହି ଭୁତାଣୁକୁ ପ୍ରତିହିତ କରିବା ପାଇଁ ବୁଧବାର ପୂର୍ବାହ୍ନରେ ନାଉଗାଁ ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ନାଉଗାଁ ବ୍ଳକ, ତହସିଲ, ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ,ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟ ଗୁଡିକ ବିଶୋଧନ କରାଯାଇଛି । ଅଗ୍ନିଶମ ସେବା କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ମୋହନ କୁମାର ଦଳାଇଙ୍କ ନେତୃତ୍ୱରେ କେନ୍ଦ୍ରର ଆଗ୍ନିକ କର୍ମଚାରୀ ପପୁନ ରାଉଳ, ଭିକାରୀ ଡୋରା, ସୁନିଲ ରଂଜନ ଦାସ ଓ ଗାଡି ଚାଳକ ସାନ୍ତନୁ ସାମଲ ପ୍ରମୁଖ ଏହି କାର୍ଯ୍ୟରେ ନିୟୋଜିତ ଥିଲେ । ସୋଡିୟମ ହାଇପୋକ୍ଲୋରାଇଡ ସହିତ ପାଣି ମିଶ୍ରଣ କରାଯାଇ ଏହାକୁ ସାନିଟାଇଜର ଭାବେ ବ୍ୟବହାର କରଯାଉଥିବା ବେଳେ ବିଭୀଗୀୟ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଏହା ଯୋଗାଇ ଦିଆଯାଇଛି । ଆଗାମୀ ଦିନରେ ବ୍ଲକର ବିଭିନ୍ନ ସ୍ଥାନରେ ବିଶୋଧନ କାର୍ଯ୍ୟ କରାଯିବ ବୋଲି ଅଗ୍ନିଶମ ସେବା କେନ୍ଦ୍ରର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଦଳାଇ କହିଛନ୍ତି । ଏହି ବିଶୋଧନ କାର୍ଯ୍ୟ ନାଉଗାଁ ବିଡିଓ ରଶ୍ମୀରେଖା ମଲ୍ଲିକଙ୍କ ନିର୍ଦ୍ଦେଶରେ କରାଯାଇଥିଲା ।


