ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ମିଳୁନି ସରକାରୀ ଖାଦ୍ୟ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍):ରୋଗୀମାନଙ୍କୁ ଚିକିତ୍ସାସେବା ଯୋଗାଇ ଦେବା ସହିତ ମାଗଣାରେ ଔଷଧ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ନିରାମୟ ଯୋଜନା କାର୍ଯ୍ୟକାରୀ କରୁଛି । ସେହିପରି ସ୍ୱାସ୍ଥ୍ୟ କେନ୍ଦ୍ରର ଉନ୍ନତିକରଣ ପାଇଁ ରୋଗୀ କଲ୍ୟାଣ ସମିତି କାର୍ଯ୍ୟକାରୀ କରୁଥିବା ବେଳେ ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଜରିଆରେ ସ୍ୱାସ୍ଥ୍ୟ ସେବାକୁ ତ୍ୱରାନ୍ୱିତ କରାଯାଉଛି । ଏପରିକି ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ ଉପଯୁକ୍ତ ସେବା ଯୋଗାଇବା ସହିତ ସରକାରଙ୍କ ତରଫରୁ ମାଗଣାରେ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଉଛି । ନାଉଗାଁ ବ୍ଳକ ଅନ୍ତର୍ଗତ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୬ଟି ପଂଚାୟତର ୧ ଲକ୍ଷରୁ ଉର୍ଦ୍ଧ ଲୋକ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରୁଥିବା ବେଳେ ଦୈନିକ ବିଭିନ୍ନ ଗ୍ରାମରୁ ୨୦୦ରୁ ଉର୍ଦ୍ଧ ରୋଗୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆସିଥାନ୍ତି । ସେଥିମଧ୍ୟରୁ କେତେକ ରୋଗୀ ଆଡିମିସନ ହୋଇ ଚିକିତ୍ସା ସୁବିଧା ପାଇଥାନ୍ତି । ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ପାଇଁ ପଦବୀ ଥିବା ବେଳେ ଉକ୍ତ ଡାକ୍ତରଙ୍କ ପଦବୀ ଫାଙ୍କା ଥିବାରୁ ଲୋକମାନେ ଉପଯୁକ୍ତ ଚିକିତ୍ସା ପାଉନଥିବା ଅଭିଯୋଗ କରିଛନ୍ତି । ସେହିପରି ଆଡମିସନ ନେଇଥିବା ରୋଗୀଙ୍କୁ ସରକାରଙ୍କ ତରଫରୁ ମାଗଣାରେ ଶୁଖିଲା ଖାଦ୍ୟ ପ୍ରଦାନ କରିବାର ବ୍ୟବସ୍ଥା ରହିଛି । କିନ୍ତୁ ଖାଦ୍ୟ ପ୍ରଦାନ କରିବା ଦାୟିତ୍ୱ ନେଇଥିବା ସପ୍ଲାୟସ ଖାଦ୍ୟ ଯୋଗାଇବାକୁ ମନା କରିବାରୁ ଦୀର୍ଘ ୨ ସପ୍ତାହରୁ ଉର୍ଦ୍ଧ ସମୟ ହେବ ଏହି ସେବା ପ୍ରଦାନ କରାଯାଉ ନଥିବା ଜଣାଯାଇଛି । ପ୍ରକାଶ ଯୋଗ୍ୟ ଯେ ୨୦୧୬-୧୭ ଆର୍ଥୀକ ବର୍ଷରେ ରୋଗୀଙ୍କୁ ଖାଦ୍ୟ ପ୍ରଦାନ କରିବା ପାଇଁ ଉକ୍ତ ଚିକିତ୍ସା କେନ୍ଦ୍ରରେ ବ୍ୟବସ୍ଥା କରାଯାଇଥିଲା । ଚଳିତ ବର୍ଷ ଉକ୍ତ କେନ୍ଦ୍ରରେ ଖାଦ୍ୟ ପ୍ରଦାନ ପାଇଁ ୱବେସାଇଟରେ ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ବିଜ୍ଞପ୍ତି ଅନୁସାରେ ଟେଣ୍ଡର କରାଯାଇ ମେଡିକାଲ ତରଫରୁ ଚୟନ କମିଟି ଗଠନ କରାଯାଇ ଟେଣ୍ଡର ପେପର ଖେଲାଯାଇଥାଏ । ଟେଣ୍ଡରର ନିୟମାନବଳୀ ଅନୁସାରେ ଲକ୍ଷ୍ମୀପ୍ରିୟା ସପ୍ଲାୟର୍ସ ଯୋଗ୍ୟ ବିବେଚିତ ହୋଇ ଜୁଲାଇ୨୦୧୯ରେ ଟେଣ୍ଡର ପାଇଥିଲା । ଯାହାକି ନିୟମାନୁସାରେ ଦୈନିକ ପ୍ରତ୍ୟେକ ରୋଗୀଙ୍କୁ ୭୫ ଟଙ୍କାର ଶୁଷ୍କ ଖାଦ୍ୟ ପ୍ରଦାନ କରାଯାଉଛିକି ନାହିଁ ମେଡିକାଲ ପକ୍ଷରୁ ତଦାରଖ କରାଯାଉଥିଲା । କିନ୍ତୁ ଉକ୍ତ ସଂସ୍ଥା ପକ୍ଷରୁ ୧ ସେପେମ୍ବର ମାସରୁ ଖାଦ୍ୟ ପ୍ରଦାନ କରିବ ନାହିଁ ବୋଲି ମେଡିକାଲ ଅଧିକାରୀକୁ ଲିଖିତ ଭାବେ ଜଣାଇଦିଆଯାଇଥିଲା । ଫଳରେ ଆଜିକୁ ୧୯ ଦିନ ହେବ ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀମାନେ ସରକାରୀ ଖାଦ୍ୟ ପାଉନଥିବା ରୋଗୀମାନେ ଅଭିଯୋଗ କରିଛନ୍ତି । ଏସଂର୍ପକରେ ଲକ୍ଷ୍ମିପ୍ରିୟା ସପ୍ଲାର୍ୟସକୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇ ପାରିନାହିଁ । ଏସମ୍ପର୍କରେ ନାଉଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଭାରାପ୍ରାପ୍ତ ଚିକିତ୍ସାଧିକାରୀ ସୁନନ୍ଦନ ମହାନ୍ତିଙ୍କୁ ପଚାରିବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅନୁମୋଦନରେ ଟେଣ୍ଡର କରାଯାଇଥିଲା । ନିୟମଅନୁସାରେ ଟେଣ୍ଡରରେ ଯୋଗ୍ୟ ହୋଇଥିବା ସପ୍ଲାର୍ୟସକୁ ଖାଦ୍ୟ ପ୍ରଦାନ କରିବାକୁ ଅନୁମତି ଦେଇଥିଲୁ । ସଂପୃକ୍ତ ସପ୍ଲାୟର୍ସର ସେପ୍ଟମ୍ବରରୁ ଖାଦ୍ୟ ଯୋଗାଇବାକୁ ମନା କରିବା ସହିତ ଲିଖିତ ଭାବେ ଜଣାଇଥିଲେ । ଏହାପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ସହିତ ଆଲୋଚନା କରିବା ପରେ ସ୍ଥାନୀୟ ସ୍ୱୟଂ ସହାୟୀକା ଦଳ ମାଧ୍ୟମରେ ଖାଦ୍ୟ ଯୋଗାଇବା ପାଇଁ ସ୍ଥିର କରି ନାଉଗାଁ ସିଡିପିଓଙ୍କୁ ସ୍ୱୟଂ ସହାୟୀକା ଦଳ ଯୋଗାଇବା ପାଇଁ ଚିଠି ମଧ୍ୟ କରିଛୁ । ଖୁବ ଶୀଘ୍ର ଉକ୍ତ ଦାୟିତ୍ୱ ପ୍ରଦାନ କରାଯିବ ବୋଲି ପ୍ରକାଶ କରିଥିଲେ ।