ନାଉଗାଁ ବ୍ଳକରୁ ଜଣେ କରୋନା ସଂକ୍ରମିତ ଚିହ୍ନଟ
ନାଉଗାଁ, (ଓ୍ବାଇଏନ୍ଏସ୍) : ଶନିବାର ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତ ଜଣଙ୍କ ହେଉଛନ୍ତି ଶିଖର ପଂଚାୟତର । ସେ ମହାରାଷ୍ଟ୍ରରୁ ଫେରିଥିବା ବେଳେ ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିଲେ । ଉକ୍ତ କେନ୍ଦ୍ରରେ ରହୁଥିବା ପ୍ରବାସୀଙ୍କ ମଧ୍ୟରୁ ଜୁନ ୯ ତାରିଖରେ ୪ ଜଣଙ୍କର ସ୍ୱାବ ପରୀକ୍ଷା ପାଇଁ ଜଗତସିଂହପୁର ନିଆଯାଇଥିଲା । ସେଠାରେ ୪ ଜଣଙ୍କର ସ୍ୱାବ ସଂଗ୍ରହ କରାଯିବା ପରେ ୩ ଜଣଙ୍କୁ ଫେରାଇ ଦିଆଯାଇଥିବା ବେଳେ ଜଣକୁ ଜଗତସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରଖାଯାଇଥିଲା । ଶନିବାର ୩ ଜଣଙ୍କର ନଗେଟିଭ ଆସିଥିବା ବେଳେ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହିଥିବା ଜଣଙ୍କର ପଜିଟିଭ ଆସିଥିବା ଜଣାଯାଇଛି । ଅନ୍ୟପଟରେ ନାଉଗାଁ ବ୍ଲକରେ ଆକ୍ରାନ୍ତଙ୍କ ସଂଖ୍ୟା ୫୨ ଜଣ ରହିଥିବା ବେଳେ ଏଥି ମଧ୍ୟରୁ ୩୩ ଜଣ ସୁସ୍ଥ ହୋଇଥିବା ବେଳେ ୧୯ ଜଣ ଚିକିତ୍ସିତ ହେଉଥିବା ଜିଲ୍ଲା କାର୍ଯ୍ୟାଳୟର ସୂଚନା ମିଳିଛି ।


