ନାଉଗାଁ ବ୍ଳକରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ମହାବାତ୍ୟାର ୨୪ବର୍ଷ ସ୍ମୃତିଚାରଣ ଅବସରରେ ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକର ସମ୍ମିଳନୀ କକ୍ଷରେ ରବିବାର ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ କରାଯାଇଛି । ଏବିଡିଓ ଦେବେନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ସିଡିପିଓ ବାସନ୍ତୀ ମାଇନି, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ସମାଜସେବୀ ଦିଲ୍ଲିପ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ । ଏହି ସଭାରେ ମହାବାତ୍ୟା ବିଷୟରେ ଆଲୋକପାତ କରାଯିବା ସହ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ବିଭିନ୍ନ ଗୋଷ୍ଠୀକୁ କିପରି ସଶକ୍ତ କରାଯାଇଛି ଓ ବିପର୍ଯ୍ୟୟ ଆସିଲେ ଓଡିଶା ତାହାକୁ କିପରି ସୁଚାରୁ ଓ ସୁରକ୍ଷିତ ଭାବେ ସାମନା କରି ପାରୁଛି ସେ ବିଷୟରେ ଅତିଥିମାନେ ମତବ୍ୟକ୍ତ କରିଥିଲେ ।ଏହି ସଭାରେ ବ୍ଳକର ବିଭିନ୍ନ ପଂଚାୟତର ଜନ ପ୍ରତିନିଧି, ବିଭିନ୍ନ ବିଭାଗର ବିଭାଗୀର ଅଧୀକାରୀମାନେ ଉପସ୍ଥିତ ଥିଲେ । ଅପରପକ୍ଷେ ଉକ୍ତ ସଭାରେ ପଂଚାୟତ ସମିତି ଅଧ୍ୟକ୍ଷା ଅନୁପସ୍ଥିତ ରହିଥିବା ବେଳେ ତାଙ୍କ ସ୍ୱାମୀ ଦିଲ୍ଲିପ ଲେଙ୍କା ପ୍ରତିନିଧିତ୍ୱ କରୁଥିବା ଦେଖା ଦେଇଥିଲା । ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଥିଲା । ସରକାରଙ୍କ ତରଫରୁ ମହିଳାମାନଙ୍କୁ ସଶକ୍ତ କରାଯାଉଥିବା ବେଳେ ମହିଳା ମାନଙ୍କ ପାଇଁ ସବୁ କ୍ଷେତ୍ରରେ ଶତକଡା ୫୦ଭାଗ ସ୍ଥାନ ସଂରକ୍ଷଣ କରାଯାଇଛି । କିନ୍ତୁ ଉକ୍ତ ବ୍ଳକରେ ପଂଚାୟତ ସମିତି ଅଧ୍ୟକ୍ଷା ଜଣେ ମହିଳା ହୋଇଥିବା ବେଳେ ବ୍ଳକ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ବିଭିନ୍ନ ସଭା ସମିତି ଅଧ୍ୟକ୍ଷାଙ୍କ ପରିବର୍ତେ ତାଙ୍କ ସ୍ୱାମୀ ରହୁଥିବା ଜଣାଯାଇଛି । ଏବିଷୟରେ ଦିଲ୍ଲିପ ଲେଙ୍କାଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ । ସେହିପରି ଅଧ୍ୟକ୍ଷା ତୃଷ୍ଣା ଲେଙ୍କାଙ୍କୁ ଉକ୍ତ ବିଷୟରେ ପଚାରିବାରେ – ମୋ ଦେହ ଖରାପ ଥିବାରୁ ଦିଲ୍ଲିପ ସଭାରେ ଉପସ୍ଥିତ ରହିବା କଥା କହିଛନ୍ତି । ଏସଂକ୍ରାନ୍ତରେ ଏବିଡିଓ ଦେବେନ୍ଦ୍ର ପ୍ରଧାନଙ୍କୁ ପଚାରିବାରେ-ସଭାକୁ ଅଧ୍ୟକ୍ଷା ଶ୍ରୀମତୀ ଲେଙ୍କାଙ୍କୁ ନିମନ୍ତ୍ରଣ କରାଯାଇଥିଲା । କିନ୍ତୁ ସେ ଆସି ନଥିଲେ ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ