ନାଉଗାଁ ବ୍ଳକର ୭ ପରୀକ୍ଷା କେନ୍ଦ୍ରରେ ୯୫୧ଜଣ ପରିକ୍ଷାର୍ଥୀ ଦେଲେ ମାଟ୍ରିକ ପରୀକ୍ଷା

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ମଙ୍ଗଳବାର ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ସମୁଦାୟ ୭ଟି କେନ୍ଦ୍ରରେ ୯୫୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାର ବ୍ୟବସ୍ଥା କରାଯାଇଥିଲେ ମଧ୍ୟ ୯୫୧ଜଣ ପରୀକ୍ଷାର୍ଥୀ ପରିକ୍ଷା ଦେଇଥିଲେ । ଗୋପବନ୍ଧୁ ସ୍ମାରକୀ ସରକାରୀ ବିଦ୍ୟାପୀଠ ତିରୁଣାରେ ଜଣେ ଓ ଆର୍ତତ୍ରାଣ ବିଦ୍ୟାପୀଠ ଗଜରାଜପୁରରେ ଜଣେ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିବା ଜଣାଯାଇଛି । ଅଲଣାହାଟ ସରକାରୀ ଉଚ୍ଚ ବିଦ୍ୟାଳୟରେ ୧ଶହ, ଅଙ୍ଗେଶ୍ୱରପଡା ଉଚ୍ଚ ବିଦ୍ୟାଳୟରେ୧୨୮, ଗୋପବନ୍ଧୁ ସ୍ମାରକୀ ସରକାରୀ ଉଚ୍ଚ ବିଦ୍ୟାଳୟ ତିରୁଣାରେ ୧୫୭, ଆର୍ତତ୍ରାଣ ବିଦ୍ୟାପୀଠ ଗଜରାଜପୁରରେ ୧୩୬, କଂଟୁଣିଆହାଟ ଉଚ୍ଚ ବିଦ୍ୟାଳୟରେ ୧୦୩, ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ୨୦୫, ରୋହିଆ ଉଚ୍ଚ ବିଦ୍ୟାଳୟରେ ୧୨୪ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଇଥିବା ଜଣାଯାଇଛି । ନାଉଗାଁହାଟ ସରକାରୀ ଉଚ୍ଚ ବିଦ୍ୟାଳୟକୁ ନୋଡାଲ କେନ୍ଦ୍ର କରାଯାଇଛି । ନୋଡାଲ କେନ୍ଦ୍ର ଦାୟିତ୍ୱରେ ପ୍ରଧାନ ଶିକ୍ଷୟତ୍ରୀ ସନ୍ତୋଷିନୀ ସେଠୀ ରହିଥିବା ବେଳେ ତହସିଲଦାର ଏସ.କେ ସାଗିର ମାଜିଷ୍ଟ୍ରେଟ ଭାବେ ଦାୟିତ୍ୱରେ ରହିଛିନ୍ତି । ପ୍ରଶ୍ନପତ୍ର ସଠିକ୍ ସମୟରେ କେନ୍ଦ୍ରରେ ପହଂଚାଇବା ପାଇଁ ୨ଟି ଡେସପାଚ ଟିମ୍ ଗଠନ କରାଯାଇଛି । ପ୍ରଥମ ଟିମରେ ଶିକ୍ଷକ ହିମାଂଶୁ କୁମାର ମହାନ୍ତି ଓ ଆଦର୍ଶ ଦାସ ରହିଥିବା ବେଳେ ଦ୍ୱିତୀୟ ଟିମରେ ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ସୁକାନ୍ତ କୁମାର ଲେଙ୍କା ଓ ଚିତରଂଜନ ମହାନ୍ତି ରହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ