ନାଗରିକତା ସଂଶୋଧନ ବିଲ ସପକ୍ଷରେ ବିଜେପିର ଜନ ସମର୍ଥନ କାର୍ଯ୍ୟକ୍ରମ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ, ଶେଷଦେବ ସାହୁ): ଗୁରୁବାର ହିଂଜିଳିକାଟୁ ବ୍ଳକ ବିଜେପି ପକ୍ଷରୁ ବ୍ଳକ ସଭାନେତ୍ରୀ ରଶ୍ମିତା ବେହେରାଙ୍କ ନେତୃତ୍ୱରେ ୬୮ନଂ ଜିଲ୍ଲା ପରିଷଦ ଜୋନରେ ନାଗରିକତା ସଂଶୋଧନ ବିଲ ସପକ୍ଷରେ ବିଜେପିର ଜନ ସମର୍ଥନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଦେବାନନ୍ଦ ମହାପାତ୍ର ଯୋଗଦେଇ ଆନୁଷ୍ଠାନିକ ଭାବେ ଶୁଭ ଉଦଘାଟନ କରିଥିଲେ । ଦଳୀୟ କାର୍ଯ୍ୟକର୍ତା ମାନେ ସ୍ଥାନୀୟ ବ୍ଳକ ଶିକିରି ଗ୍ରାମ ପଂଚାୟତର ସରଂପଚ ପ୍ରତିମା ବେହେରାଙ୍କ ବାସଭବନକୁ ପ୍ରଥମେ ଯାଇ ନାଗରିକତା ସଂଶୋଧନ ବିଲ ସପକ୍ଷରେ ସମର୍ଥନ କରିବା ସହିତ ଗ୍ରାମର ସମସସ୍ତ ଜନ ସାଧାରଣଙ୍କୁ ଅବଗତ କରାଇବାକୁ ଅନୁରୋଧ କରିଥିଲେ । ଉକ୍ତ ବିଲ କେବଳ ନୂତନ ନାଗରିକତା ଦେବାର ଅଧିକାର ଅଛି ଏବଂ କୌଣସି ନାଗରିକତା ଉପରେ ଆଂଚ ଆସିବ ନାହିଁ । ବିଭାଜନକାରୀ ମାନେ ନିଜ ସ୍ୱାର୍ଥ ପାଇଁ ଯେଉଁଭଳି ପ୍ରଚାର କରୁଛନ୍ତି, ଜନ ସାଧାରଣ ସେଥିରୁ ଦୂରେଇ ରହିବା ସହ ଆଗାମୀ ଦିନରେ ଭୋଟ ମାଧ୍ୟମରେ ଶାସ୍ତି ଦେବା ପାଇଁ ବିଜେପିର କାର୍ଯ୍ୟକର୍ତା ମାନେ ଘରକୁ ଘର ବୁଲି ଜନ ସମର୍ଥନ ଦେଉଥିବାର ଦେଖିବାକୁ ମିଳିଥିଲା । ଉକ୍ତ କାର୍ଯ୍ୟକ୍ରମରେ ବରିଷ୍ଟ କୃଷକ ନେତା ସିମାଂଚଳ ଖୁଂଟିଆ, ହିଂଜିଳି ନଗର ବିଜେପି ସଭାପତି ସନ୍ତୋଷ ପାଣିଗ୍ରାହୀ, ଆକାଶ ପଟ୍ଟନାୟକ, ସୁଶାନ୍ତ ମହାଙ୍କୁଡ଼, ମହିଳା ମୋର୍ଚ୍ଚା ନେତ୍ରୀ କୁମାରୀ ବରଡ଼, ସୁନିତା ବେହେରା, ପାର୍ଥସାରଥୀ ଗୌଡ଼, ମାଧବ ଗୌଡ଼, ପ୍ରଭାସିନି ସାହୁ, ମୋହିନି ପ୍ରଧାନ, ରୀନା ଗୌଡ଼, ପଙ୍କଜିନି ସାମଲ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।


