ନାଟକ ମାଧ୍ୟମରେ କରୋନା ସଚେତନତା
ଗାଙ୍ଗପୁର/ବେଲଗୁଣ୍ଠI, (ୱାଇଏନ୍ଏସ୍): କରୋନାର ଆତଙ୍କ ଦିନକୁଦିନ ବଢ଼ି ଚାଲିଛି I ଏହି ଆତଙ୍କରେ ଜନ ସାଧାରଣ ଅତି ମାତ୍ରାରେ ଆତଙ୍କିତ ହୋଇପଡିଛନ୍ତି I ସଂପ୍ରତି କରୋନା ବିହୀନ ମୃତ୍ୟୁ ହେଲେ ମଧ୍ୟ ନିକଟ ସମ୍ପର୍କୀୟ କିମ୍ବା ଗ୍ରାମବାସୀ ଶବ ସତ୍କାର ପାଇଁ ଯିବାକୁ ଅମଙ୍ଗ ହେଉଛନ୍ତି I ଏ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ କ୍ଷତ୍ରିୟବରପୁର ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁବ ରେଡକ୍ରସ୍ ,ରେଡ୍ ରିବନ୍ କ୍ଲବ ଏବଂ ଭି.ଏସ୍. ଏସ୍ ଯୁବ ଅନୁଷ୍ଠାନ ମିଳିତ ଭାବେ ସିଙ୍ଗୀପୂର ଗ୍ରାମରେ ‘ଯନ୍ତ୍ରଣା ‘ ଶୀର୍ଷକ ନାଟକ ପରିବେଷଣ ହୋଇଯାଇଛି I ଜିଲ୍ଲା ଯୁବ ରେଡକ୍ରସ୍ ସଂଯୋଜକ ପ୍ରାଧ୍ୟାପକ ବି ଗୋବିନ୍ଦ ରାଓ ,ମୁନିଗାଡ଼ି ଉନ୍ନୀତ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିବାକର ପଲେଇ, ଯୁବ ସଂଗଠନର ଆବାହକ ଦୀନ ଦୟାଲ୍ ଜେନା ସଚେତନତାର ବାର୍ତ୍ତା ଦେଇଥିଲେ I ସଂପ୍ରତି ମହାମାରୀ କରୋନା ବିପତ୍ତି କାଳରେ ମୃତ୍ୟୁ ବରଣ କରିଥିବା ବ୍ୟକ୍ତି ମାନଙ୍କର ଉପଯୁକ୍ତ ଦାହ ସଂସ୍କାର କରିବାକୁ ନିବେଦନ କରିଥିଲେ I ନାଟକର ବିଭିନ୍ନ ଭୂମିକାରେ ତାପସ ରଞ୍ଜନ ଭୁୟାଁ, ସମୀର କୁମାର ଗୌଡ଼, ତପନ କୁମାର ବିଷୋୟୀ, ସଞ୍ଜୟ କୁମାର ଭୁୟାଁ, ଦୀନ ଦୟାଲ୍ ଜେନା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ I ପ୍ରଥମେ ଗ୍ରାମର ପ୍ରଧାନ ଶିକ୍ଷକ କୋଭିଡ ଯୋଦ୍ଧା ସ୍ଵର୍ଗତ ଗୌର ହରି ବେହେରାଙ୍କ ସ୍ମୃତି ଚାରଣ କରି ଅମର ଆତ୍ମାର ସଦ୍ଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା I ଅନ୍ୟ ମାନଙ୍କ ମଧ୍ୟରେ ପରେଶ କୁମାର ଜେନା, ଶ୍ରୀକାନ୍ତ ଜେନା, ବିଦ୍ୟାଧର ଜେନା ପ୍ରମୁଖ ସହଯୋଗ କରିଥିଲେ I


