ଦିଗପହଣ୍ଡିର ସମସ୍ତ ପ୍ରବେଶ ପଥ ସିଲ୍ ; ଛ’ ଦିନିଆ ସଟ୍ ଡାଉନ୍, ସହରରେ ୧୪୪ ଧାରା ଲାଗୁ

ଦିଗପହଣ୍ଡି, (ୱାଇଏନ୍‌ଏସ୍‌): ଦିଗପହଣ୍ଡି ସହରରେ ମଙ୍ଗଳବାର ସନ୍ଧ୍ୟା ଠାରୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହ ୧୪୪ ଧାରା ଜାରି କରାଯାଇଛି।ସ୍ଥାନୀୟ ବିଭିନ୍ନ ବ୍ୟବସାୟୀ ସଂଘର ଅନୁରୋଧ କ୍ରମେ ମଙ୍ଗଳବାର ଠାରୁ ସ୍ଥାନୀୟ ଏନ୍ ଏ ସି ପ୍ରଶାସନ ପକ୍ଷରୁ ୬ ଆସନ୍ତା ରବିବାର ଯାଏଁ ଶଟ ଡାଉନ୍ ଘୋଷଣା କରାଯାଇଥିବା ଏନ୍ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆ କହିଛନ୍ତି।ଗଞ୍ଜାମ ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବା ସହିତ ପରିସ୍ଥିତି ଜଟିଳ ହେବାରେ ଲାଗିଛି । ଯାହାକୁ ନେଇ ଗତ ୨ ଦିନରୁ ରୁ ୩ ଦିନ ମଧ୍ୟରେ ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳରେ କରୋନା ଜନିତ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଭଳି ସ୍ଥିତିରେ ଦିଗପହଣ୍ଡି ସହରରେ ବହୁ ବ୍ୟକ୍ତି କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୨ ଡାକ୍ତରଙ୍କ ସମେତ ୪ କର୍ମଚାରୀ ଦିଗପହଣ୍ଡି ଥାନା ର ଜଣେ ଏ ଏସ ଆଇ ଓ ଅନ୍ୟଜଣେ ହୋମ ଗାର୍ଡ କରୋନା ରେ ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏହାକୁ ଦୃଷ୍ଟିରେ ଗଞ୍ଜାମ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅନୁମୋଦନ କ୍ରମେ ସ୍ଥାନୀୟ ଏକଜିକ୍ୟୁଟିଭ ମାଜିଷ୍ଟ୍ରେଟ ତଥା ତହସିଲଦାର ଅଦ୍ୱୈତ କୁମାର ସ୍ୱାଇଁ ସହରରେ ୧୪୪ ଧାରା ଜାରି କରିଛନ୍ତି। ତେବେ ସଟଡାଉନ ସମୟରେ ସହରରେ ସମସ୍ତ ଜରୁରୀକାଳୀନ ସେବା ଚାଲୁରହିବ ବୋଲି ସେ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ