ଅନିର୍ଦ୍ଧିଷ୍ଟ କାଳ ଯାଏଁ ଭଞ୍ଜନଗର ସଟଡାଉନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା): ଭଞ୍ଜନଗର ଏନ.ଏ. ସି କୁ ଅନିଦିଷ୍ଟ କାଳ ଯାଏ ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରାଯାଇଛି। ଏ ନେଇ ଆଜି ଭଞ୍ଜନଗର ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ଡାକ ବାଜି ଯନ୍ତ୍ର ମାଧ୍ୟମରେ ଜନସାଧାରଣଙ୍କୁ ସୂଚନା ଦିଆଯାଇଛି। ଏହି ସଟ ଡାଉନ ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା ତେଜରାତି ଓ କ୍ଷୀର ଦୋକାନୀ ମାନେ ହୋମ ଡେଲିଭେରୀ କରି ପାରିବେ। ସମସ୍ତ ଔଷଧ ଦୋକାନ ମାନେ ୨୪ ଘଣ୍ଟା ଖୋଲା ରହିବ। ଠେଲାଗାଡିରେ ବିକ୍ରି ପାଇଁ ଉପଲବ୍ଧ ପରିବା ଓ ଫଳ ବେପାରୀ କାଯ୍ୟାଳୟ ଦ୍ୱାରା ଚିହ୍ନଟ ଜାଗା ରେ ବିକ୍ରି କରିବେ। ଏହି ସମୟରେ ମନିଙ୍ଗ ୱ।ର୍କ ଓ ଇଭିନିଗ ୱ।କ କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାର କରିବା ପାଇଁ ପ୍ରଶାସନ ପକ୍ଷରୁ ବାଧ୍ୟତାମୂଳକ କରାଯାଇଛି। ସର୍ବ ସାଧାରଣ ଗହଳି ଜାଗା ରୁ ଦୂରେଇ ରହିବା ପାଇଁ ଏନ.ଏ. ସି ପକ୍ଷରୁ ସଚେତନ କରାଯାଇଛି। ପ୍ରକାଶ ଥାଉକି ଭଞ୍ଜନଗର ଏନ.ଏ. ସିର ବିଭିନ୍ନ ୱାଡ଼ରୁ କୋରନା ପଜିଟିଭ ବାହାରି ଥିବାରୁ ପୂର୍ବରୁ ଏନ.ଏ. ସି ର ୨ଟି ୱାଡ଼ କୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯିବା ସହ ଅନ୍ୟ ସମସ୍ତ ୱାଡ଼ କୁ ବଫରଜୋନ ପରିସର ଭୁକ୍ତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ