ନାଟକ ହାଃ କୃଷ୍ଣ ବୋଲି ଯାଉ ଜୀବ ମଞ୍ଚସ୍ଥ
ଶେରଗଡ, (ଯୁଗାବ୍ଦ ନ୍ୟୁଜ):ଶେରଗଡ ବ୍ଲକ ଧବଳପୁର ଗ୍ରାମର ଶ୍ରୀ ଶ୍ରୀ ସ୍ବପ୍ନେଶ୍ବର କଳା ପରିଷଦ ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ୧୯ତମ ଅବଦାନ ରେ ପରିବେଷଣ ହୋଈଯାଈଛି ସାମାଜିକ ନାଟକ ହାଃ କୃଷ୍ଣ ବୋଲି ଯାଉ ଜୀବ। ମଞ୍ଚ କୁ ମୂଖ୍ୟ ଅତିଥି ଭାବେ ହିଞ୍ଜିଳି ବିଜେପି ବିଧାୟକ ପ୍ରାର୍ଥୀ ଶିଶିର କୁମାର ମିଶ୍ର ଏବଂ ଘୁମୁସର ଜିଲ୍ଲା ବିଜେପି ସଭାପତି ଦିପକ କୁମାର ପ୍ରଧାନ, ଘୁମୁସର ଜିଲ୍ଲା ବିଜେପି ଉପସଭାପତି ପ୍ରଭାକର ପଣ୍ଡା, କୁମାରପାଣି ସରପଞ୍ଚ ତଥା ଆସିକା ଚିନି ଶିଳ୍ପ ପରିଚାଳନା ନିର୍ଦ୍ଦେଶକ ଉଦୟନାଥ ପ୍ରଧାନ ପ୍ରମୁଖ ଉଦଘାଟନ କରିଥିଲେ। ସିମାଞ୍ଚଳ ନାୟକ ଓ ନାରାୟଣ ସ୍ବାଈଁ ଙ୍କ ଯୁଗ୍ମ ନିର୍ଦ୍ଦେଶନା ରେ ଏହି ନାଟକ ମଞ୍ଚସ୍ଥ ହୋଈଥିଲା। ରାକେଶ ସାହୁ, ସଞ୍ଜୟ ପ୍ରଧାନ, କାଳିଆ ରାଉଳ,ବବୁଲ ବିଷୋୟୀ, କୁନା ରାଉଳ, ସଚିତା ଆଚାରୀ, ଲିଟୁ ନାୟକ,ସନ୍ତୋଷ ପ୍ରଧାନ,ନାରାୟଣ ପ୍ରଧାନ,ମହିଳା କଳାକାର ଭାବେ ବର୍ଷା, ପୂଜା, ଉଷା, ରୀନା ମାର୍ଥା,ଗଙ୍ଗା ନାୟକ ଆଦି କଳାକାର ନାଟକରେ ଅଭିନୟ କରିଥିଲେ। ନୃତ୍ୟ ନିର୍ଦ୍ଦେଶକ ସିମା ଡାକୁଆ ଙ୍କ ନିର୍ଦ୍ଦେଶନା ରେ ନୃତ୍ୟ ପରିବେଷଣ ଉଚ୍ଚ କୋଟୀର ହୋଇଥିଲା। ବିଶେଷ କରି ଗ୍ରାମରେ ବିଗତ ୨୦ ବର୍ଷର ମଞ୍ଚ କୁ ଉଜ୍ଜୀବିତ ରଖିବାର ପ୍ରୟାସ କୁ ଗ୍ରାମବାସୀ ଙ୍କ ତରଫରୁ ଶୁଭେଚ୍ଛା ଜଣାଯାଇଛି। ଏହି ନାଟକ କୁ ପରିଚାଳନା ରେ ମ୍ୟାନେଜର ମୁକେଶ ସାହୁ, ଦିବାକର ପ୍ରଧାନ, ରାମକୃଷ୍ଣ ପ୍ରଧାନ,ବିଶିଷ୍ଟ ପରିବା ବ୍ୟବସାୟୀ ସଞ୍ଜୟ ପ୍ରଧାନ,ଅବନୀ ତ୍ରିପାଠୀ, ଅଶୋକ ମଳିକ ଏବଂ ଗ୍ରାମବାସୀ ପରିଚାଳନା ରେ ସହଯୋଗ କରିଥିଲେ।