ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ୭ବର୍ଷ ଜେଲଦଣ୍ଡ

କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡାର ଅତିରିକ୍ତ ଜିଲ୍ଲା ଦୈାରାଜଜ ଏମ.ଆର.ଦୋରା ବୁଧବାର ଏକ ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ୭ବର୍ଷ ଜେଲଦଣ୍ଡ ସହିତ ୧୦ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ ଗତ ୨୦୧୫ ମସିହା ଅକ୍ଟୋବରମାସ ୨୩ତାରିଖ ଅପରାହ୍ନରେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ବାବୁରାମ ପାଟଣା ଗ୍ରାମର ଜନୈକ ୪ବର୍ଷର ନାବାଳିକା ଠାକୁରହାଟରୁ ଏକ ସାଇକେଲ ଯୋଗେ ଘରକୁ ଫେରୁଥିବା ବେଳେ ଛାଚୁଂଣିଆ ଗ୍ରାମର ଖଗେଶ୍ୱର ନାୟକଙ୍କ ପୁଅ ଚଗଲା ଓରଫ ଦିବାକର ନାୟକ ଏକ ମଟରସାଇକେଲରେ ଆସି ବଗିଚାପାଖ ଏକ ନିଛାଟିଆ ରାସ୍ତାରେ ତାକୁ ଟଣାଟଣି କରିବା ସହିତ ନିକଟରେ ଥିବା ଏକ ଜଙ୍ଗଲ ମଧ୍ୟକୁ ତାକୁ ଟେକିନେଇ ଜୋରଜବରଦସ୍ତ ସଂପୃକ୍ତ ନାବାଳିକା ସହିତ ଦୁଷ୍କର୍ମ କରିଥିଲା । ନାବାଳିକାଟି ଚିତ୍କାର କରିବାରୁ ତା’ର ବଡବାପା,ବଡଭାଇ ଓ ସାନଭାଇ ପ୍ରଭୃତି ଦୈାଡି ଆସିବାରୁ ଅଭିଯୁକ୍ତ ଚଗଲା ନାବାଳିକା ମୁଣ୍ଡରେ ବନ୍ଧୁକ ଲଗାଇ ତାକୁ ଜୀବନରେ ମାରିଦେବାକୁ ଧମକ ଦେଇ ଘଟଣାସ୍ଥଳରୁ ଦୈାଡି ପଳାଇଥିଲା । ଏ ସମ୍ପର୍କରେ କେନ୍ଦ୍ରାପଡା ସଦର ଥାନାରେ ଅଭିଯୋଗ ହେବାପରେ ସଦର ଥାନା ପୋଲିସ ୨୫୩/୨୦୧୫ରେ ଏକ ମାମଲାରୁଜୁ କରି ଘଟଣାର ତଦନ୍ତ ପୂର୍ବକ କୋର୍ଟରେ ଚାର୍ଜସିଟ ଦାଖଲ କରିଥିଲା । ସେହି ମାମଲାର ବିଚାର କରି କେନ୍ଦ୍ରାପଡା ଅତିରିକ୍ତ ଜିଲ୍ଲା ଦୈାରାଜଜ ଶ୍ରୀ ଦୋରା ଭାରତୀୟ ପିଙ୍ଗଳକୋର୍ଡର ଦଫା ୩୭୬(୨) ଓ ୪ପୋକ୍ସୋ ଆକ୍ଟରେ ଅଭିଯୁକ୍ତ ଚଗଲାକୁ ୭ବର୍ଷ ଜେଲ ଦଣ୍ଡ ସହିତ ୧୦ହଜାର ଟଙ୍କାର ଜୋରିମାନାରେ ଦଣ୍ଡିତ କରିଛନ୍ତି । ଜୋରିମାନା ଅନାଦେୟ ଅଧିକ ୩ମାସ ଜେଲଦଣ୍ଡ ଭୋଗିବାକୁ ପଡିବ ବୋଲି କୋର୍ଟ ନିର୍ଦେଶ ଦେଇଛନ୍ତି । ଏହି ମାମଲାରେ ଏପିପି ମନୋଜ କୁମାର ସାହୁ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ବେଳେ ଏପିପି ସଞ୍ଜୟ କୁମାର ଜେନା ତାଙ୍କୁ ସହଯୋଗ କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ