ନାବାଳିକାର ଦୁଷ୍କର୍ମ ଓ ପରେ ମୃତ୍ୟୁକୁ ଅଭିଯୋଗ କ୍ଷତିପୂରଣ ଦାବିରେ ଶବରଖି ଉତ୍ତେଜନା ଓ ରାସ୍ତାରୋକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଜଣେ ୧୨ ବର୍ଷିଆ ନବାଳିକାକୁ ଦୁଷ୍କର୍ମ ପରେ ମୃତ୍ୟୁହୋଇଥିବା ଅଭିଯୋଗ କରି ଗଜପତି ଜିଲ୍ଲା  ରା.ଉଦୟଗିରି ଥାନା ଅଧିନସ୍ଥ ଟାଙ୍ଗିଆସାହି ଗ୍ରାମରେ ଉତ୍ତେଜନା l  ଶବ ରଖି ରାସ୍ତାରୋକ l  କ୍ଷତିପୂରଣ ସହ ଦୋଷୀକୁ ଦଣ୍ଡ ଦାବିରେ ଟାୟାର ଜାଳି ରାସ୍ତା ଅବରୋଧ l   ଅଭିଯୋଗ ପ୍ରକାରେ, ରା ଉଦୟଗିରି ବ୍ଲକ, ରଣ୍ଡିବା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗିଆସାହି ଗ୍ରାମର ପିତା ସୁନା ଦଳେଇଙ୍କ ଝୀଅ କାଜଲ ଦଳେଇ ସେହି ରା ଉଦୟଗିରି ବ୍ଲକ ଲୁବୁରୁସିଂ ଗ୍ରାମର ଖମେଶ୍ବର ବଡ ପରଜା କୁ ବାହା ହୋଇଛି। ସେ ବର୍ତ୍ତମାନ ଗର୍ଭବତୀ। ତେଣୁ ସାନ ଝିଅ ରୁପାଲୀ ଦଳେଇ ନିଜ ଭଉଣୀ ଜୋଇଁଙ୍କୁ ଘରକାମରେ ସାହାଯ୍ୟ କରିବା ଲାଗି ଲୁବୁରୁସିଂ ଗ୍ରାମକୁ ଯାଇଥିଲା ଓ ପ୍ରାୟ ମାସେ ହବ ସେଠି ରହିଥିଲା l ତେବେ ସେଠାରେ ଖମେଶ୍ବରଙ୍କ ବଡଭାଇ ଟୁକୁନା ବଡ ପରଜା ରୁପାଲୀଙ୍କୁ ବଳତ୍କାର ଦୁଷ୍କର୍ମ କରିବା ସହ, ଏହା କାହାକୁ କହିଲେ, ଭଉଣୀର ଘର ଭାଙ୍ଗିଦେବି ଓ ତାକୁ ଜୀବନରେ ମାରିଦେବ ବୋଲି ଧମକ ଦେଇଥିଲା l ବଳତ୍କାର ବେଳେ ତାର ଗୋଟିଏ ହାତ ଭାଙ୍ଗି ଯାଇଥିଲା ଓ ଦେହରୁ  ପ୍ରବଳ ରକ୍ତସ୍ରାବ ହେଉଥିବା କଥା ରୁପାଲୀ ର ମା ଲକ୍ଷ୍ନୀ ଦଳେଇ ଅଭିଯୋଗ କରିଛନ୍ତି। ତଥାପି ଭୟରେ ପୀଡିତା କାହାକୁ କିଛି ଏକଥା ନକହି ଚୁପ ରହିଥିଲା l ତେବେ ରକ୍ତ ସ୍ରାବ ଅଧିକ ହେବାର ମା ଲକ୍ଷ୍ମୀ ଦଳାଇ ଜାଣି, ଝିଅକୁ ପ୍ରଥମେ ଚନ୍ଦ୍ରଗିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ l ତେବେ ସେଠାରେ ତାର ସ୍ୱାସ୍ଥ୍ୟବସ୍ଥା ଗୁରୁତ୍ୱର ହେବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଗଲା l ମଲା ପୂର୍ବରୁ ସେଠାରେ ସବୁ ସତକଥା କହି ରୁପାଲୀ ମୃତ୍ୟୁବରଣ କରିଥିଲେ  l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ