ନାମର ପ୍ରଥମ ଅକ୍ଷରରୁ ଜାଣନ୍ତୁ ଆପଣଙ୍କ ପ୍ରେମିକା କେମିତି

ଏହି ଦୁନିଆରେ ଜନ୍ମ ନେବା ପରେ ମଣିଷର ପ୍ରଥମେ ନାମକରଣ କରାଯାଏ। ବ୍ୟକ୍ତିର ନାମକରଣରୁ ତାର ପରିଚୟ ଦର୍ଶାଇଥାଏ। ଜ୍ୟୋତିଷ ଶାସ୍ତ୍ରରେ ନାଁର ଖାସ ମହତ୍ତ୍ୱ ବିଷୟରେ ଆଲୋଚନା କରାଯାଇଛି। ଆପଣ ଯଦି ପ୍ରେମ କରୁଥାଆନ୍ତି, ତେବେ ନିଜ ପ୍ରେମିକାଙ୍କ ପ୍ରଥମ ଅକ୍ଷରରୁ ତାଙ୍କ ପ୍ରେମ କେମିତି ସେ ସମ୍ପର୍କରେ ଜାଣିପାରିବେ। ଏଠାରେ କେତେକ ନାମର ପ୍ରଥମ ଅକ୍ଷର ସମ୍ପର୍କରେ ଆଲୋଚନା କରାଗଲା, ଯେଉଁମାନଙ୍କୁ ଆଖି ବନ୍ଦ କରି ବିଶ୍ବାସ କରାଯାଇପାରେ ବା ପ୍ରେମ କରାଯାଇପାରେ।

ଏସ୍‌, ସ, ଶ ଏବଂ ଷ : ଏହି ଝିଅମାନେ ଦେଖିବାକୁ ବହୁତ ସୁନ୍ଦରୀ ଅଟନ୍ତି । ଏମାନେ ବହୁତ ଶାନ୍ତ ମିଜାଜ୍ର ହୋଇଥାନ୍ତି। ଗୁରୁଜନଙ୍କୁ ସମ୍ମାନ ଦେବା ଏମାନେ ଭଲ ଭାବରେ ଜାଣିଥାନ୍ତି। ହୃଦୟରୁ ସଫା ହୋଇଥିବା କାରଣରୁ କାହାକୁ ମିଛ କୁହନ୍ତି ନାହିଁ । ଏମାନଙ୍କୁ ଯଦି ନିଜର ସଚ୍ଚା ପ୍ରେମ ମିଳିଯାଏ ତେବେ କେବେ ପିଛା ଛାଡନ୍ତି ନାହିଁ । ପ୍ରେମରେ ଧୋକା ଦେବା ଏହି ଝିଅଙ୍କୁ ପାପ ସମାନ ଲାଗିଥାଏ । ସବୁ ପରିସ୍ଥିତିକୁ ସୁଚାରୁ ରୁପେ ନିୟନ୍ତ୍ରଣ କରିବା ଏମାନଙ୍କୁ ଭଲ ଭାବରେ ଜଣାଥାଏ ।

ଜେ, ଜ ବା ଯ : ଯେଉଁ ଝିଅମାନଙ୍କର ଏହି ଅକ୍ଷରରୁ ଆରମ୍ଭ ହୋଇଥାଏ ସେମାନେ ବହୁତ ବିଶ୍ୱାସୀ ଓ ସର୍ବଗୁଣ ସମ୍ପନ୍ନା ହୋଇଥାନ୍ତି। ଏମାନେ ଯାହାକୁ ଥରେ ଭଲ ପାଇ ବସନ୍ତି ତାଙ୍କୁ କେବେ ଛାଡିନଥାନ୍ତି । ଏମାନଙ୍କ ହୃଦୟ କୋମଳ ହୋଇଥାଏ। ତାଙ୍କ ଚେହେରା ମଧ୍ୟ ନିରୀହ ହୋଇଥାଏ। ଏମାନେ ନିଜ ଶାନ୍ତ ସ୍ୱଭାବ ଓ ମିଠା କଥା ପାଇଁ ସମସ୍ତଙ୍କ ହୃଦୟ ଜିତି ପାରନ୍ତି। ସେମାନେ ନିଜ ପାର୍ଟନର ନୁହେଁ ବରଂ ନିଜ ସନ୍ତାନ ପ୍ରତି ବହୁତ ବିଶ୍ୱାସୀ ଓ ଇମାନଦାର୍ ହୋଇଥାନ୍ତି ।

ଏମ୍‌, ମ : ଯେଉଁ ଝିଅଙ୍କ ନାମ ଏମ୍‌ ବା ମ’ରୁ ଆରମ୍ଭ ହୋଇଥାଏ ସେମାନେ ଯାହାକୁ ଥରେ ଭଲ ପାଇବସନ୍ତି ତାଙ୍କୁ ବିବାହ କରିବାକୁ ମନସ୍ଥ କରିଦିଅନ୍ତି। ତାଙ୍କ ଜୀବନ ସାଥୀ ଯେଉଁ ଧର୍ମର ହୋଇଥାଆନ୍ତୁ କାହିଁକି, ସେମାନଙ୍କ ପାଇଁ କିଛି ବି ଫରକ ପଡେ ନାହିଁ। ଏମାନେ ଯାହାକୁ ଥରେ ପ୍ରେମ କରିବସନ୍ତି, କେବଳ ତାଙ୍କରି କଥା ହିଁ ଭାବନ୍ତି। ଏମାନେ ଦେଖିବାକୁ ଯେତେ ନିରୀହ ଲାଗନ୍ତି , ସେମାନେ ସେତେ ଦୟାଳୁ ସ୍ୱଭାବର ହୋଇଥାନ୍ତି। ପ୍ରେମକୁ ନିଭାଇବା, ସାଥୀ ପ୍ରତି ବିଶ୍ବସ୍ତ ରହିବା, ଏମାନଙ୍କ ଉତ୍ତମ ଗୁଣ ଅଟେ ।

କେ ବା କ : ଏହି ଝିଅମାନେ ଦେଖିବାକୁ ବହୁତ ସୁନ୍ଦରୀ। ଏମାନଙ୍କ ମନରେ ପ୍ରେମ ପ୍ରତି ବିଶ୍ୱାସ ନଥାଏ। କିନ୍ତୁ କାହାର ହୃଦୟ ଜିତିବାରେ ଏମାନେ ସଫଳ ହୋଇଗଲେ ତାଙ୍କ ବିନା ବଞ୍ଚିପାରନ୍ତି ନାହିଁ। ସ୍ୱଭାବରୁ ଏମାନେ ବହୁତ କୋମଳ ଓ ଚଞ୍ଚଳ ମିଜାଜ୍ର ହୋଇଥାନ୍ତି। ଏମାନଙ୍କ ମିଠା କଥା ସମସ୍ତଙ୍କ ଉପରେ ଯାଦୁ ପରି ପ୍ରଭାବ ପକାଏ। ଏମାନେ କେବେ ବି ନିଜ ସଚ୍ଚା ପ୍ରେମକୁ ଧୋକା ଦିଅନ୍ତି ନାହିଁ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ