ସାଇକେଲରେ ଆସିଲେ ବିଡିଏ କର୍ମଚାରୀ
ଭୂବନେଶ୍ୱର- ବାୟୁପ୍ରଦୁଷଣର ଚିନ୍ତା ଏବେ ସବୁ ସହର ମାନଙ୍କୁ ଘାରିଥିବା ବେଳେ ଓଡିଶାସରକାର ନୂଆନିୟମ ପ୍ରଣୟନ କରିଛନ୍ତି ଏଣିକି ବିଡିଏ, ବିଏମ୍ ସି ଓ ସ୍ମାର୍ଟ ସିଟି କର୍ମଚାରୀମାନେ ସପ୍ତାହର ଗୋଟିଏ ଦିନ ଅର୍ଥାତ୍ ଶୁକ୍ରବାର ସାଇକେଲ ଚଳାଇ ଅଫିସ ଆସିବେ। ବିଏମ୍ସି ଓ ବିଡିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଜି କର୍ମଚାରୀମାନେ ସାଇକେଲ ଚଳାଇ କାର୍ୟ୍ୟାଳୟରେ ପହଞ୍ଚୁଥିବା ଦେଖିବାକୁ ମିଳିଥିଲା । ଆଉ ଯେଉଁ ମାନେ ଇକେଲ ନେଇ ଅଫିସ ଆସିନଥିଲେ ସେମାନେ ଚାଲିକି ଆସିଥିଲେ । ସୂଚନାଅନୁସାରେ ବିଡିଏ ଓ ବିଏମ୍ ସି କର୍ମଚାରୀମାନେ ପ୍ରତି ଶୁକ୍ରବାର ଅଫିସ ଆସିବା ପାଇଁ ସାଇକେଲ ବ୍ୟବହାର କରିବେ ବୋଲି ଗୁରୁବାର ବିଏମ୍ ସି ଓ ବିଡିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ।


