ନିଆରା ଢ଼ଙ୍ଗରେ ୬୬ ତମ ଜନ୍ମଦିନ ପାଳନ କଲେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ

ବାଲେଶ୍ୱର, (ସରୋଜ ପଣ୍ଡା) : ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଆଜି ତାଙ୍କର ୬୬ ତମ ଜନ୍ମ ଦିବସ ନିଆରା ଢ଼ଙ୍ଗରେ ପାଳନ । ପ୍ରାତଃ ଦେବାଳୟରେ ପୂଜାର୍ଚ୍ଚନା ପରେ ଅନାଥ ପିଲା ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହାପରେ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ ରାଣୀପାଟଣା ସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟରେ ପହଞ୍ଚିଥିଲେ । ଦୃଷ୍ଟିହୀନ ଛାତ୍ରଛାତ୍ରୀ ମାନେ ସାଂସଦଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ। ବିଦ୍ୟାଳୟର ଅନ୍ତେବାସୀ ମାନେ ସାଂସଦଙ୍କୁ ବନ୍ଦାପନା କରି ତାଙ୍କ ଦୀର୍ଘାୟୁ କାମନା କରିଥିଲେ। ଏହାପରେ ସାଂସଦ ଅନ୍ତେବାସୀ ମାନଙ୍କ ସହିତ ଛାତ୍ରଛାତ୍ରୀ ଓ ଉପସ୍ଥିତ ସମସ୍ତଙ୍କୁ ମିଷ୍ଟାନ୍ନ ଓ ଫଳ ବଣ୍ଟନ କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାସ, ପୂର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, ପୁର୍ବତନ ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ଶୋଭନା ମହାନ୍ତି ଓ ଶୁଭଙ୍କର ମହାପାତ୍ର, ମହିଳାମୋର୍ଚ୍ଚା ରାଜ୍ୟ ଉପସଭାନେତ୍ରୀ ସୁଷମା ରାଣୀ ବିଶ୍ୱାଳ, ଜିଲ୍ଲା ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ଓ ଇଶ୍ୱର ଚନ୍ଦ୍ର ବେହେରା, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ନଗର ସଭାପତି ଚିତ୍ତରଞ୍ଜନ ପଣ୍ଡା, ଜିଲ୍ଲା ସମ୍ପାଦକ ସସ୍ମିତା ଚାନ୍ଦ, ଆଶିଷ ଘୋଷ ଓ ସମରଶଙ୍କର କାନୁନଗୋ, ସଦର ଉପନିର୍ବାଚନ ପାର୍ଥୀ ମାନସ କୁମାର ଦତ୍ତ, ଜିଲ୍ଲା ଉପସଭାପତି କମଲଲୋଚନ ଦାସ ଓ କରୁଣାକର ପଣ୍ଡା, ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ରାଜେଶ ମହାପାତ୍ର, ମଣ୍ଟୁ ପେରିଓ୍ବାଲ, ସର୍ବେଶ୍ବର ପାତ୍ର, ତରୁଲତା ମହାନ୍ତି, ଶୋଭାକର ସାହୁ, ସୁବୋଧ ଚନ୍ଦ୍ର ପଣ୍ଡା, ବିଜୟ ପାଣିଗ୍ରାହୀ ଓ ସୀତାକାନ୍ତ ସ୍ୱାଇଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ :- ଶ୍ରୀନିବାସ ପ୍ରଧାନ, ଜିଲ୍ଲା ଗଣମାଧ୍ୟମ ସଂଯୋଜକ, ଭାରତୀୟ ଜନତା ପାର୍ଟି, ବାଲେଶ୍ୱର

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ