ନିଆରା ପ୍ରୟାସ ନୂଆ ବର୍ଷରେ ସସ୍ୱ ସ୍ମଶାନ ସଫେଇ କମ୍ବଳ ବଣ୍ଟନ
ଗଞ୍ଜାମ, (ବିନୋଦ ପଲାଇ):ଇଂରେଜୀ ନୂତନ ବର୍ଷରେ କିଏ ଭୋଜି କରୁଛି ତ କିଏ ବୁଲିବାକୁ ଯାଉଛନ୍ତି। ମାତ୍ର ଗଞ୍ଜାମ ସହରର ସ୍ୱେଚ୍ଛାସେବୀ ମାନେ ଏକ ନିୟାର ପ୍ରୟାସ କରିଛନ୍ତି। ଋଷିକୂଲ୍ୟା ନଦୀତଟରେ ଥିବା ସ୍ମଶାନ ସଫେଇ କରିବା ସହ ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରି ସମସ୍ତଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି। ଯାହାକୁ ନେଇ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ସ୍ଥିତ ଋଷିକୂଲ୍ୟା ନଦୀତଟରେ ଥିବା ଅବର୍ଜନା ପୂର୍ଣ ସ୍ମଶାନକୁ ଆଜି ସକାଳେ ଭରସା ସମ୍ପାଦକ ଦୂର୍ଗାମାଧଵ ପାଣିଗ୍ରାହୀ, ସକ୍ଷମର ବସନ୍ତ କୁମାର ସାହୁ, ଜି.ସନ୍ତୋଷ ରେଡ୍ଡୀ, ସେଲଟର ଉମା ଶଙ୍କର ଦାସ, ମିଡିଆ ହାଉସର ବିନୋଦ ଚନ୍ଦ୍ର ପଲେଇ, ଗୋମାତା ସୁରକ୍ଷାର ପପୁ ମହାନ୍ତି ଅପୂର୍ବାର ପ୍ରଭାତ ସାହୁ, ସ୍ୱେଚ୍ଛାସେବୀ ଲକ୍ଷ୍ମୀ ମହାନ୍ତି, ନାହାଣ ଗୌଡ଼, ସଫେଇ କରିଥିବା ବେଳେ ,ଏଥିରେ ଗଂଜାମ ଏନଏସିର ସଫେଇ କର୍ମଚାରୀ ସୁଦାମ ଘଡେଇ, ଶମ୍ଭୁ ନାୟକ , କୈଳାସ ନାୟକ ଓ ଏଲି. ପ୍ରକାଶ ସହଯୋଗ କରିଥିଲେ। ସେହିପରି ଦି ଇକୋ ୱାରିୟର ତରଫରୁ ପ୍ରଭାତ ବିଶ୍ୱାଳ, ସୀମାଞ୍ଚଳ ଦାସ,ଆର. କରୁଣା ରେଡ୍ଡୀ,ସନ୍ତୋଷ ତରେଇ , ଆର.କିରଟ ରେଡ୍ଡୀ , ରାସ୍ତା, ଘାଟ ଓ ଷ୍ଟେସନରେ ସୋଇଥିବା ଅସାହୟ , ଗରିବ ଲୋକଙ୍କୁ କମ୍ବଳ ବଣ୍ଟନ କରିଥିଲେ। ଆଜି ବୃକ୍ଷ ରୋପଣ ଦିବସ ଅବସରରେ ପ୍ରକୃତି ବନ୍ଧୁ କବି ସାହୁ, ଏନ. ଯୋଗୀ ରେଡ୍ଡୀଙ୍କୁ ସମ୍ମାନିତ କରାଯିବା ସହ ବୃକ୍ଷରୋପଣ କରାଯାଇଥିଲା।


