ନବ ବର୍ଷ ଉପଲକ୍ଷେ ବନାନୀ କବି ସମ୍ମିଳନୀ

କଳାହାଣ୍ଡି, (ଯୁଗାବ୍ଦ ନ୍ୟୁଜ):ନବ ବର୍ଷ ଉପଲକ୍ଷେ କଳାହାଣ୍ଡି ଲେଖକ କଳା ପରିଷଦ ପକ୍ଷରୁ ସ୍ବର୍ଗତ କବି ଯୁଗଳ କିଶୋର ଯୋଶୀଙ୍କ ସ୍ମୃତିରେ ଭବାନୀପାଟଣା ଠାରୁ ୫ କିମି ଦୂରରେ ଥିବା ଭବାନୀପୁର ସ୍ଥିତ ଆମ୍ର କୁଞ୍ଜ ରେ “ବନାନୀ କବି ସମ୍ମିଳନୀ” ଅନୁଷ୍ଠିତ ହୋଇଥିଲା। ପରିଷଦ ର ସଭାପତି ଉମେଶ ଚନ୍ଦ୍ର ପଣ୍ଡା ଙ୍କ ସଭାପତିତ୍ୱରେ ଅୟୋଜିତ ଏହି କାର୍ଯ୍ୟକ୍ରମ ରେ ଔପନ୍ୟାସିକ ତଥା ପୂର୍ବତନ ମନ୍ତ୍ରୀ ରାହାସ ବିହାରୀ ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ। ପରିଷଦ ର ସମ୍ପାଦକ ଭବନାଥ ରାୟଗୁରୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। କବି ବିରଞ୍ଚି ମୁଣ୍ଡ ସଭା ପରିଚାଳନା କରିଥିଲେ। ଏହି ଅବସରରେ କବି ବ୍ରହ୍ମାନନ୍ଦ ସାମଲ ଙ୍କୁ ଯୁଗଳ କିଶୋର ଯୋଶୀ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଚଳିତ ବର୍ଷ ଲୋକବାଦ୍ୟ ରେ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ କଳାକାର ପ୍ରଦୀପ ସିଂହ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରେ ପରେ କବି ହେମନ୍ତ ସାହୁଙ୍କ ସଂଯୋଜନାରେ କବିତା ପାଠୋତ୍ସଵ ଅୟୋଜିତ ହୋଇଥିଲା। ଜିଲ୍ଲାର ବିଭିନ୍ନ ଅଞ୍ଚଳର ୫୦ ରୁ ଉର୍ଦ୍ଧ୍ବ କବି ଓ କବୟିତ୍ରୀ ସ୍ୱରଚିତ କବିତା ମାନ ଆବୃତ୍ତି କରିଥିଲେ। ଏହି ଅବସରରେ ପରିଷଦ ର ସାହିତ୍ୟ ପତ୍ରିକା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚନ କରାଯାଇଥିଲା। ପ୍ରାରମ୍ଭ ରେ ପରିଷଦ ର ସଙ୍ଗୀତ ମହାବିଦ୍ୟାଳୟର କଳାକାର ମାନଙ୍କ ଦ୍ୱାରା ଅବାହାନି ସଙ୍ଗୀତ ପରିବେଷଣ କରାଯାଇଥିଲା। ଆମ୍ର କୁଞ୍ଜ ର ପ୍ରାକୃତିକ ପରିବେଶ ମଧ୍ୟରେ ବନାନୀ କବି ସମ୍ମିଳନୀ କୁ ନବ ବର୍ଷରେ ସମସ୍ତେ ମନଭରି ଉପଭୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ