ସ୍ୱାମୀର ମାଡରେ ସ୍ତ୍ରୀ ମୃତ୍ୟୁ

ଗଞ୍ଜାମ, (ବିନୋଦ ପଲାଇ):ନୂଆ ବର୍ଷରେ ଅଘଟଣ। ସ୍ୱାମୀର ମାଡରେ ସ୍ତ୍ରୀ ମୃତ୍ୟୁ। ଏହିଭଳି ଘଟଣା ଘଟିଛି ହୁମ୍ମା ଫାଣ୍ଡି ଅନ୍ତର୍ଗତ ମୟୂରପଦା ଗ୍ରାମରେ। ଗଞ୍ଜାମ ବ୍ଳକର ବେଣୀଗୋୖରୀ ଗ୍ରାମର ରଘୁନାଥ ରେଡ୍ଡୀଙ୍କ ଝିଅ ଜାନକୀ ରେଡ୍ଡୀ , ପାଳିବନ୍ଧ ପଞ୍ଚାୟତର ମୟୁରପଦା ଗ୍ରାମର ସି.ହେଚ ଲକ୍ଷ୍ମଣ ରେଡ୍ଡୀଙ୍କୁ ଗତ ୧୭ ବର୍ଷ ତଳେ ବିବାହ କରିଥିଲେ। ସ୍ୱାମୀ ଚେନାଇ ଯାଇ ଡ୍ରାଇଭର କାମ କରୁଥିବା ବେଳେ , ସେ ଜାନକୀ ମୂଲଖଟି ଜୀବନଜୀବିକ ନିଭାୟା କରୁଥିଲେ। ଗତ ସପ୍ତାହ ତଳେ ସ୍ୱାମୀ ଗ୍ରାମକୁ ଆସିଥିଲା। ଗତ କାଲି ନୂଆ ବର୍ଷ ଉପଲକ୍ଷେ ଜିରୋ ନାଇଟ ପାଳନ ପାଇଁ ସ୍ତ୍ରୀକୁ ଟାଙ୍କା ମାଗିଥିଲା। ଟାଙ୍କା ନଦେବରୁ ଉଭୟଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହେବା ସହ ହତାହାତି ହୋଇଥିଲେ। ପରେ ସ୍ବାମୀ ପ୍ରଚୁର ମଦପିଇ ସ୍ତ୍ରୀକୁ ବାଡେଇ ବାଡେଇ ମାରିଦେଇଥିଲା । ପରେ ନୂଆ ବର୍ଷ ପାଇଁ ଗ୍ରାମରେ ଚାଲିଥିବା ଜିରୋନାଇଟ କାର୍ଯ୍ୟକ୍ରମରେ ଭାଗନେଇଥିଲା। ପାହାନ୍ତିଆ ସମୟରେ ମୃତ ସ୍ତ୍ରୀକୁ ପୋଡ଼ିବା ପାଇଁ ପ୍ରସ୍ତୁତି ହେଉଥିବା ବେଳେ ଖବର ପାଇ ହୁମ୍ମା ଫାଣ୍ଡି ଅଧିକାରୀ ଦେବଦତ୍ତ ପ୍ରିୟଦର୍ଶି ପହଞ୍ଚି ଶବକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଅନ୍ୟପଟେ ମୃତ୍ ଜାନକୀଙ୍କ ବାପା ତାଙ୍କ ଝିଅ ବାହାହେବା ଦିନଠାରୁ ସ୍ୱାମୀ ଯୌତୁକ ନିର୍ଯ୍ୟାତନା ଦେଇଆସୁଥିବା କହିବା ସହ ମାରିଦେଇଥିବା ନେଇ ଏତଲା ଦେଇଛନ୍ତି। କେଶ ନମ୍ବର ୧/୨୩ ରୁଜି କରି ପୋଲିସ ତଦନ୍ତ କରୁଥିବା ବେଳେ ,ସାଇଣ୍ଟିଫିକ ଟିମ ତଦନ୍ତ କରି ଫେରିଛନ୍ତି।ବାପାଙ୍କ ଭୟରେ ପୁଅ ଓ ଝିଅ ଗ୍ରାମର ସମର୍କୀୟ ଙ୍କ ଘରେ ଶୋଉଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ