ନିଆରା ଢ଼ଙ୍ଗରେ ଜନ୍ମଦିନ ପାଳନ କଲେ ବିଧାୟକ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍‌): ଆନନ୍ଦପୁର ବିଧାୟକ ଭାଗିରଥି ସେଠୀ ତାଙ୍କର ୬୪ତମ ଜନ୍ମଦିନକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି । ବିଧାୟକ ଶ୍ରୀଯୁକ୍ତ ସେଠୀ ଆଜି ଦିନ ୧୧ଟା ବେଳ ଛେନାପଦିଛକ ସ୍ଥିତ ମା ତାରିଣୀଙ୍କ ମନ୍ଦିରେ ପୂଜାର୍ଚ୍ଚନା କରିବା ପରେ ନିକଟସ୍ଥ ବିଷ୍ଣୁପ୍ରୀୟା ବାଳାଶ୍ରମର ଅନାଥ ଶିଶୁ ଓ ଜରାନିବାସର ବୃଦ୍ଧବୃଦ୍ଧା ମାନଙ୍କ ସହିତ କେକ୍ କାଟି ଜନ୍ମଦିନ ପାଳନ କରିଥିଲେ । ତାଙ୍କ କହିବାନୁଯାଇ ଅନାଥ ପିଲା ମାନଙ୍କ ସହିତ ମିଶି ଜନ୍ମ ଦିନ ପାଳନ କରିବା ତାଙ୍କୁ ଏକ ଅପୁର୍ବ ଆନନ୍ଦ ଦେଇଛି ବୋଲି କହିଛନ୍ତି । ଏହି ଅବସରରେ ସେ ବାଳାଶ୍ରମର ଛାତ୍ର ମାନଙ୍କୁ ଶିକ୍ଷଣ ସାମଗ୍ରୀ ବଣ୍ଟନ କରିବା ସହିତ ବାଳାଶ୍ରମ ଓ ଜରାନିବାସର ଅନ୍ତେବାସୀ ମାନଙ୍କୁ ଅନ୍ନପ୍ରସାଦ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାୟକଙ୍କ ସହିତ ବାଳାଶ୍ରମର ସମ୍ପାଦକ ପ୍ରେମାନନ୍ଦ ଦାଶ, ସୁଧାକର ଓଝା, ବାବୁଲି ପଟ୍ଟନାୟକ, ଚିନୁ ନାୟକ, ଗୌରାଙ୍ଗ ରଣା, ବଳରାମ ଜେନା, ପ୍ରଦୀପ ଜେନା, ସୁରେନ୍ଦ୍ର କୁମାର ପରିଡାଙ୍କ ସମେତ ବାଳାଶ୍ରମର ସମସ୍ତ ଶିକ୍ଷକ ଓ କର୍ମଚାରୀ ମାନେ ଉପସ୍ଥିତ ଥିଲେ । ଆନନ୍ଦପୁର ପ୍ରେସ କ୍ଲବ ପକ୍ଷରୁ ସଭାପତି ଗୋପାଳ କୃଷ୍ଣ ରାଉତ, ମୁନା ସିଂ, କିଶୋର ଆଚାର୍ଯ୍ୟ, ଅମିୟ ବରାଳ ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ବିଧାୟକଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ