ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା ଓ ଦାବିପତ୍ର ପ୍ରଦାନ
ହାଟଡିହି, (ବିକାଶ ବିଶ୍ୱାଳ):ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ହାଟଡିହି ଶାଖା ତରଫରୁ ନବନିର୍ବାଚିତ ଓଡିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତଥା କେନ୍ଦୁଝର ଜିଲ୍ଲାର ଗର୍ବ ଓ ଗୌରବ ମୋହନ ଚରଣ ମାଝୀଙ୍କୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ବାଗତ କରିବା ସହିତ, ଦାବିପତ୍ର ପ୍ରଦାନ କରିଛନ୍ତି। ସଂଘର ସଭାପତି ଶ୍ରୀକାନ୍ତ ବିଶ୍ୱାଳ, ସମ୍ପାଦକ ପ୍ରଦୀପ କୁମାର ନାୟକ, ରଞ୍ଜନ କୁମାର ପ୍ରଧାନ, ରାମଚନ୍ଦ୍ର ସାହୁଙ୍କ ସମେତ ସଙ୍ଘର ଅନେକ କର୍ମକର୍ତ୍ତା କେନ୍ଦୁଝରରେ ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇବା ସହିତ ସଂଘର ଅନେକ ସମସ୍ୟା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଦାବିପତ୍ର ଦେଇଥିଲେ।