ନିମାଇଁ ଚରଣ ମାନସିକ ନ୍ୟୁନତା ସଂସ୍ଥାନର ବାର୍ଷିକ ଉତ୍ସବ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରସଂସ୍ଥା ଦ୍ୱାରା ପରିଚାଳିତ ନିମାଇଁ ଚରଣ ମାନସିକ ନ୍ୟୁନତା ସଂସ୍ଥାନର ୩୩ତମ ବାର୍ଷିକ ଉତ୍ସବ କଜଳାସ୍ଥିତ ବିଦ୍ୟାଳୟ ପରିସରରେ ସମ୍ପାଦକ ତଥା ପୈାରନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ନଗରପାଳ ସରିତା ସାହୁ, ମୁଖ୍ୟବକ୍ତା ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପ୍ରଭାସ ଚନ୍ଦ୍ର ଦାସ ଯୋଗଦେଇ ଦିବ୍ୟାଙ୍ଗମାନେ କାହାର ଦୟାର ପାତ୍ର ନୁହନ୍ତି । ଆବଶ୍ୟକ ସାହାଯ୍ୟ ଓ ସହଯୋଗ ପାଇଲେ ସେମାନେ ଆତ୍ମନିର୍ଭରଶୀଳ ହୋଇପାରିବେ ବୋଲି ବକ୍ତବ୍ୟ ରଖିଥିଲେ । ବିଦ୍ୟାଳୟ ପକ୍ଷରୁ କେତେକ ଦାବି ଉପସ୍ଥାପନ କରାଯାଇଥିବା ବେଳେ ପୈାରାଧ୍ୟକ୍ଷା ଶ୍ରୀମତୀ ସାହୁ ସେସବୁ ଦାବିଗୁଡିକୁ ପୁରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ପୈାରନିର୍ବାହୀ ଅଧିକାରୀ ଶ୍ରୀ ବଳ ବୀବରଣୀ ପାଠ କରିଥିଲେ । ସ୍ୱତନ୍ତ୍ର ଶିକ୍ଷୟିତ୍ରୀ କବିତା ମୁଦୁଲି ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଦ୍ୟାଲୟ ଅଧ୍ୟକ୍ଷ ସ୍ୱପ୍ନାଂଶୁ ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପ୍ରତି ବିଶେଷ ଅବଦାନ ଥିବା ପ୍ରତିଷ୍ଠାତା ସଭାପତି ରଞ୍ଜନ କୁମାର ମହାନ୍ତି, ସମ୍ପାଦକ ସୁଧାଂଶୁ ଦାସ, ଯୁଗ୍ମସମ୍ପାଦକ ଚିତ୍ତରଞ୍ଜନ ଦାସ ଏବଂ ପ୍ରତିଷ୍ଠାତା ଅଧ୍ୟକ୍ଷ ତଥା ରାଜ୍ୟ ପୁରସ୍କାରପ୍ରାପ୍ତ ସ୍ୱତନ୍ତ୍ର ଅଲମ୍ପିକ୍ସର ଜାତୀୟ କୋଚ ଉମାକାନ୍ତ ଷଡଙ୍ଗୀଙ୍କୁ ପୁଷ୍ପଗୁଛ, ଉପଢୈାକନ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେମାନେ ଅନୁଭୂତି ବର୍ଣ୍ଣନା କରିବା ସହ ବିଦ୍ୟାଳୟର ଉତ୍ତୋରତ୍ତର ଉନ୍ନତି କାମନା କରିଥିଲେ । ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରିଥିବା ବେଳେ ମାନସିକ ଅନଗ୍ରସର ଓ ବଧିର ଛାତ୍ରଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ଏତଦବ୍ୟତିତ ମାନସିକ ଅନଗ୍ରସର ହୋଇ ମଧ୍ୟ ବିନା ସରକାରୀ ସହାୟତାରେ ଆତ୍ମନିର୍ଭରଶୀଳ ହୋଇଥିବା ପୁରାତନ ଛାତ୍ର ଶଶିକାନ୍ତ ନାୟକ, ସନ୍ତୋଷ କୁମାର ପଣ୍ଡା, ଜ୍ଞାନରଞ୍ଜନ ନାୟକ, ଶ୍ରୀଧର କୁମାର ବାରିକ, ବଳରାମ ପଟ୍ଟନାୟକ ଓ ଅକ୍ଷୟ କୁମାର ବେହେରାଙ୍କ ସହିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଶେଷରେ ସହକାରୀ ଶିକ୍ଷକ ସୁନିଲ ସାଗର ଶତପଥୀ ଧନ୍ୟବାଦ ଅର୍ପଣ କରିଥିଲେ । ସ୍ୱତନ୍ତ୍ର ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ କର୍ମଚାରୀ ନିରାକାର ଷଡଙ୍ଗୀ, ଅସୀମା ରଥ, ସ୍ନେହାଞ୍ଜଳି ମହାନ୍ତି, ଭରତ ଚନ୍ଦ୍ର ସାହୁ, ବଟକୃଷ୍ଣ ବାରିକ, ଧରଣୀଧର ମହାନ୍ତି, କରୁଣାକର ପଲାଇ, ସୁକାନ୍ତ କୁମାର କର, କଳ୍ପନା ପ୍ରଧାନ, ଭାରତୀ ସିଂ, ଅରୁଣ ଦାସ, ସୈାରୀ ସେଠୀ, ସେକ ସାମସୁଦ୍ଦିନ, ମହେନ୍ଦ୍ର ସିଂହ, ମାନିନୀ ବେହେରା ପ୍ରମୁଖ ଏଥିରେ ସହଯୋଗ କରିଥିଲେ । ପିଲାମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ସନ୍ଧ୍ୟାରେ ମା’ ଶାରଳାଙ୍କ ମେଳା ଅନୁଷ୍ଠିତ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ