ନିରନ୍ତରତା ଡାଲମିଆ ଭାରତ ଗ୍ରୁପ ର ଏକ ଜୀବନ ଶୈଳୀ
ନିରନ୍ତରତାକୁ ଏକ ଜୀବନ ଶୈଳୀ ଭାବେ ଗ୍ରହଣ କରିଥିବାରୁ ଡାଲମିଆ ଭାରତ କୁ ସିଡିପି ଦ୍ୱାରା ନିମ୍ନ କାର୍ବନ ପାଇଁ ବ୍ୟବସାୟୀକ ପ୍ରସ୍ତୁତି କ୍ଷେତ୍ରରେ ବିଶ୍ୱରେ ଏକ ନମ୍ବର ମାନ୍ୟତା ପ୍ରଦାନ କରା ଯାଇଛି । ନିଜର କାରଖାନା ଓ ପାରିପାଶ୍ୱର୍ୀକ ପରିବେଶର ନିରନ୍ତର ବିକାଶ ଆଣିବା ପାଇଁ ଡାଲମିଆ ସିମେଣ୍ଟ ଭାରତ ପକ୍ଷରୁ ସସ୍ଟେନେବଲ୍ ଡେଭ୍ଲପମେଣ୍ଟ ଗୋଲସ୍ (ଏସ୍ଡିଜି)କୁ ଅନୁସରଣ କରାଯାଉଛି । ଏହି କ୍ରମରେ ପରିବେଶ ଉପରେ ପ୍ରଭାବକୁ ସର୍ବନିମ୍ନ କରିବା ପାଇଁ କମ୍ପାନୀ ପକ୍ଷରୁ କଞ୍ଚାମାଲ ସଂଗ୍ରହ କରିବା ଠାରୁ ଉତ୍ପାଦନ ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ପଦକ୍ଷେପ ନିଆଯାଉଛି । ବିଶ୍ୱ ପରିବେଶ ଦିବସ ଅବସରରେ ଡାଲମିଆ ସିମେଣ୍ଟ ଭାରତ ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟର୍ନିବାହି ଅଧିକାରୀ ଶ୍ରୀ ମହେନ୍ଦ୍ର ସିଂଘି କହିଛନ୍ତି, “ଦୁରଦୃଷ୍ଟି ଓ ପ୍ରତିଶୃତି ବଦ୍ଦତା ଆମର ସାମର୍ଥ୍ୟ । ଗତ ଦୁଇ ଦଶଦ୍ଧି ଧରି ଆମେ ନିରନ୍ତର ବିକାଶ ଦିଗରେ ଆଗେଇ ଚାଲିଛୁ । ପରିବେଶ ଉପରେ ସର୍ବନିମ୍ନ କାର୍ବନ ପ୍ରଭାବ ପକାଉଥିବା ଉପାôଦ ମାନ ବିକାଶ କରିଥିବାରୁ ଆମେ ଗର୍ବିତ । ଏହି ସବୁ ପଦକ୍ଷେପ ସହିତ ଡାଲମିଆ ଭାରତ ସିମେଣ୍ଟ ଆଜି ବିଶ୍ୱରେ ଏକ ଉଦାହରଣ ଭାବରେ ଉଭା ହୋଇଛି । ଏହି ବିଶ୍ୱ ପରିବେସ ଦିବସ ଉପଲକ୍ଷେ ଆମେ ଆମର ପୂର୍ବ ପ୍ରତିଶୃତି, ୨୦୨୦ମସିହା ସୁଦ୍ଧା ପାଞ୍ଚ ଗୁଣ ୱାଟର ପଜିଟିଭ ଏବଂ ୨୦୪୦ ମସିହା ସୁଦ୍ଧା କାର୍ବନ ନେଗେଟିଭ୍, ଦୋହରାଉଛୁ । ଏତଦ୍ବ୍ୟତିତ ଶ୍ରୀ ସିଂଘି କହିଲେ କମ୍ପାନୀ ପକ୍ଷରୁ ୪୦ ମେଗାଓା୍ୱଟ ସବୁଜ ଶକ୍ତି ଉତ୍ପାଦନ ପାଇଁ ଯୋଜନା କରାଯାଉଛି । ଡବ୍ଲୁବିସିଏସ୍ଡି ୱାସର ସ୍ୱାକ୍ଷର କର୍ତ୍ତା ଭାବେ ଡାଲମିଆ ଭାରତ ଗ୍ରୁପ କର୍ମକ୍ଷେତ୍ରରେ ନିରନ୍ତର ବିକାଶ ନିମନ୍ତେ କର୍ମଚାରି ମାନଙ୍କୁ ଉଚ୍ଚମାନର ସୁରକ୍ଷିତ ଜଳ, ପରିଷ୍କାର ଓ ପରିଚ୍ଛନତା ଯୋଗାଇ ଦିଆଯାଉଛି ।” କ୍ଲାଇମେଟ୍ ଗ୍ରୁପର ଅନୁଶୀଳ ଅନୁଯାଇ ଯଦି ଡାଲମିଆ ଭାରତ ସିମେଣ୍ଟ ପରି ୧୦୦ ଟି କମ୍ପାନୀ ୨୦୩୦ ସୁ୍ଦ୍ଧା ସେମାନଙ୍କର ଶକ୍ତି ଉତ୍ପାଦକତା ଦୁଇଗୁଣ କରିପାରିବେ । ବିଶ୍ୱରେ ୧୭୦ମିଲିଅନ ମେଟ୍ରିକ ଟନ ପ୍ରଦୁଷଣ ରୋକା ଯାଇପାରିବ । ଯାହା ୩୭ ମିଲିଅନ କାର ର ପ୍ରଦୁଷଣ ସହ ସମାନ । ଡାଲମିଆ ଭାରତ ଫାଉଣ୍ଡେସନ ମାଧ୍ୟମରେ ୩ ନିୟୁତ କ୍ୟୁବିକ ଜଳ ସରଂକ୍ଷଣ କରି, ଏହି ଗ୍ରୁପ ବର୍ତ୍ତମାନ ତିନିଗୁଣା ୱାଟର ପଜିଟିଭ ।