ନିର୍ବାଚନରେ ଜିତିଲେ ଯୁବ ଇଞ୍ଜିନିୟର

ହାଟଡିହି, (ବିକାଶ ବିଶ୍ୱାଳ ) :-ଚାକିରିଛାଡି ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦବୀ ପାଇଁ ପ୍ରତିଦ୍ୱନ୍ଦିତା କରୁତବବା ଯୁବ ଇଞ୍ଜିନିୟର ଦିନେଶ କୁମର ସେଠୀ ବଜୟୀ ହୋଇଛନ୍ତି । ସେ ତାଙ୍କ ବାପାଙ୍କ ସ୍ୱପ୍ନ ପୁରଣ କରିବାଲାଗି ଇଞ୍ଜିନିୟର ଚାକିରିଛାଡି ରାଜନୀତିରେ ପାଦଥାପିଥିବା ଦିନେଶ ପଞ୍ଚାୟତ ନିର୍ବାଚନରେ ବିପୁଳ ଭୋଟ ପାଇ ସରପଞ୍ଚ ଭାବେ ନିର୍ବାଚିତ ହୋଇଛନ୍ତି । ତାଙ୍କ ବାପା ଜଣେ ଶିକ୍ଷକ ଭାବେ ଚାକିରୀରୁ ଅବସର ନେବାପରେ ସରପଞ୍ଚ ହେବାପାଇଁ ଆଶା ରଖିଥିଲେ । କିନ୍ତୁ ତାଙ୍କର ଅକାଳ ବିୟୋଗ ଯୋଗୁଁ ତାଙ୍କର ଆଶା ପୁରଣ ହୋଇପାରି ନଥିଲା । ଅନ୍ୟପକ୍ଷରେ ପଞ୍ଚୁଗୋଛିଆ ପଞ୍ଚାୟତଟି ଦୁର୍ନ୍ନୀତିରେ ଉବୁଟୁବୁ ହେଉଥିବାବେଳେ ପଞ୍ଚାୟତବାସୀ ନାନା ସମସ୍ୟାରେ ଘାଣ୍ଟି ହେଉଥିଲେ । ଚାକିରିରୁ ଘରକୁ ଛୁଟିରେ ଆସିଲେ ପଞ୍ଚାୟତର ଏହିସବୁ ସମସ୍ୟା ତାଙ୍କୁ ଆନ୍ଦୋଳିତ କରୁଥିଲା । ପଞ୍ଚାୟତ ନିର୍ବାଚନରେ ଏହି ପଞ୍ଚାୟତର ସରପଞ୍ଚ ପଦବୀ ଅନୁସୁଚିତ ଜାତି ପାଇଁ ଉଦ୍ଦିଷ୍ଟ ହେବାରୁ ସେ ନିଜ ଇଞ୍ଜିନିୟର ଚାକିରୀ ଛାଡି ସରପଞ୍ଚ ଭାବେ ପ୍ରତିଦ୍ୱନ୍ଦିତା କରି ନିଜ ବାପାଙ୍କ ଇଛାକୁ ପୁରଣ କରିବାକୁ ଆଗେଇ ଆସିଥିଲେ । ଯେଉଁଥିରେକି ତାଙ୍କୁ ପଞ୍ଚାୟତବାସୀ ପୁର୍ଣ୍ଣ ସମର୍ଥନ କରିଛନ୍ତି । ସେ ସରପଞ୍ଚ ଭାବେ ନିର୍ବାଚିତ ହେବାପରେ ଯୁବ ଇଞ୍ଜିନିୟର ଜଣଙ୍କ ପଞ୍ଚାୟତ ବାସୀଙ୍କୁ ଦେଇଥିବା ପ୍ରତିଶୃତିକୁ ପୁରଣ କରିବେ ବୋଲି କହିଛନ୍ତି । ସରକାରଙ୍କ ସମସ୍ତ ଯୋଜନାକୁ ସଫଳରୁପାୟନ କରିବା ସହିତ ପଞ୍ଚାୟତକୁ ଏକ ବିକାଶୋନ୍ମୁଖୀ ପଞ୍ଚାୟତ ଭାବେ ଗଢ଼ି ତୋଳିବି ବୋଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ