ନିର୍ବାଚନ ପାଇଁ କେନ୍ଦ୍ରାପଡା ସହରର ବିଭିନ୍ନ ସ୍ଥାନରେ ଗାଡି ଯାଞ୍ଚ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆଙ୍କ ନିର୍ଦ୍ଦେଶ କ୍ରମେ କେନ୍ଦ୍ରାପଡା ସାହରର ବିଭିନ୍ନ ସ୍ଥାନରେ ଗାଡି ଯାଞ୍ଚ ଚାଲିଛି । କେନ୍ଦ୍ରାପଡା ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ତିନିମୁହାଣୀ ଛକ ଓ କଲେଜ ଛକ ନିକଟ କଟକ- ଚାନ୍ଦବାଲି ରାସ୍ତାରେ ଚଳାଚଳ କରୁଥିବା କାର, ଟ୍ୟାକ୍ସି ସମେତ ବିଭିନ୍ନ ଚାରି ଚକିଆ ଯାନଗୁଡିକର କଡାକଡି ଯାଞ୍ଚ କରାଯାଉଛିି । ପୋଲିସ ପ୍ରଶାସନ ପକ୍ଷରୁ ଆଗାମୀ ସାଧାରଣ ନିର୍ବାଚନକୁ ନିରପେକ୍ଷ, ଶ୍ରୁଙ୍ଖଳିତ, ସ୍ୱଛ ଓ ଅବାଧ ମୁକ୍ତ କରିବା ଉଦେଶ୍ୟରେ କେନ୍ଦ୍ରାପଡା ଟାଉନ ଥାନା ଅଧିକାରୀ ଦିଲ୍ଲପି କୁମାର ସାହୁ ଓ ରିଜର୍ଭ ପୋଲିସ ଇନିସପେକ୍ଟର ପ୍ରଶାନ୍ତ କୁମାର ରଣସିଂଙ୍କ ନେତ୍ରୁତ୍ୱରେ ଏସ. ଆଇ. ଜାକଲିନ୍ ପରିଜା, ଏସ.ଆଇ. ଲକ୍ଷ୍ମୀପ୍ରିୟା ସାହୁ ଓ ଏ.ଏସ.ଆଇ. ବ୍ରୁନ୍ଦାବନ ବେହେରାଙ୍କ ତତ୍ୱାବଧାନରେ କେନ୍ଦ୍ରୀୟ ଅର୍ଦ୍ଧ ସାମରିକ ବାହିନୀ ଏବଂ ସି.ଆଇ.ଏସ୍,ଏଫର ଜୱାନ ମାନଙ୍କୁ ନେଇ ଏହି ଯାଞ୍ଚ କରାଯାଉଛି । ନିର୍ବାଚନ ମହାପର୍ବ ଆରମ୍ଭ ହୋଇଯାଇଥିବା ବେଳେ ନିର୍ବାଚନ କମିଶନଙ୍କ ନିର୍ଦେଶରେ ଏହି ଯାଞ୍ଚ କରାଯାଉଛି । କୈାଣସି ରାଜନୈତିକ ଦଳ ପକ୍ଷରୁ ଅର୍ଥ ବା ମାରଣାସ୍ତ୍ର ବା ଆର୍ମସ ଏବଂ ମାଦକ ଦ୍ରବ୍ୟ ପରିବହନ କରାଯାଉଥିବା ସନ୍ଦେହରେ ଏଭଳି ଭାବେ କଡା କଡି ଯାଞ୍ଚ କରାଯାଉଛି ବୋଲି ଟାଉନ ଥାନା ଅଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।