ନିର୍ବାଚନ ମଣ୍ଡଳୀକୁ ଅଶାନ୍ତ କରୁଛି ସୋସିଆଲ୍ ମିଡିଆ
ଘଟଗାଁ,(ନାରାୟଣ ପଲେଇ):ବର୍ତମାନ କରୋନା ମହାମାରି ସମୟରେ ପାଖାପାଖି ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ଲୋକ ସୋସିଆଲ୍ ମିଡିଆରେ ଆକ୍ଟିଭ୍ ରହି ଅନେକ ଲୋକଙ୍କୁ ସାହାଯ୍ୟ କରୁଥିବା ବେଳେ କିଛି ଅସାମାଜିକ ଯୁବକ ସମେତ କିଛି କୁଚକ୍ରି ରାଜନୈତିକ ଦଳର ଚାମଚା ସୋସିଆଲ୍ ମିଡିଆକୁ ଅସ୍ତ୍ର କରି ଅନେକ୍ ସ୍ଥାନରେ ରାଜନୈତିକ ହିଂସା ସ୍ରୁଷ୍ଟି କରୁଥିବା ଦେଖାଯାଉଛି | ଗତ କିଛିଦିନ ହେବ ଏମିତି କିଛି ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଘଷିପୁରା ନିର୍ବାଚନ ମଣ୍ଡଳୀରେ | ଏହି ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଅଞ୍ଚଳର କିଛି ଅସାମାଜିକ ଯୁବକ ସମେତ କିଛି କୁଚକ୍ରି ରାଜନୈତିକ ଦଳର ଚାମଚା ଅନେକ ସମୟରେ ସୋସିଆଲ୍ ମିଡିଆରେ ମିଥ୍ୟା ପୋଷ୍ଟ , ଅସଭ୍ୟ ଭାଷାରେ ରାଜନେତାଙ୍କ ନାଁରେ ପୋଷ୍ଟ ଏବଂ ନିର୍ଦ୍ଧିଷ୍ଟ ରାଜନେତା ମାନଙ୍କ ମଧ୍ୟରେ ସଙ୍କୁନି ସାଜି ହିଂସା କରିବା ସହିତ ହାଣକାଟ ପରିସ୍ଥିତି ସ୍ରୁଷ୍ଟି କରୁଛନ୍ତି | ଏମିତିକି ଗତ କିଛି ଦିନ ତଳେ ବର୍ତମାନର ଘଷିପୁରା ବିଧାୟକଙ୍କୁ ସୋସିଆଲ୍ ମିଡିଆରେ ହତ୍ୟା କରିବାର ଧମକ୍ ଦିଆଯାଇଥିବାର ଦେଖିବାକୁ ମିଳିଛି ଯାହା ସ୍ଥାନୀୟ ଅଞ୍ଚଳରେ ଅଶାନ୍ତ ବାତାବରଣ ସୃଷ୍ଟି କରୁଛି | ତାସହିତ ଘଟଗାଁ ଅଞ୍ଚଳରେ ସୋସିଆଲ୍ ମିଡିଆରେ ମିଥ୍ୟା ପୋଷ୍ଟ ଏବଂ ସରକାରଙ୍କ ଉନ୍ନତି ମୂଳକ କାମରେ ଫୋଟୋ ଉଠାଇ, ଭିଡିଓ ଏଡିଟିଂ କରି ସେସବୁକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି କାମ କରୁଥିବା ଠିକାଦାର , ସ୍ଥାନୀୟ ସରପଞ୍ଚ ଏବଂ ଜେଇ ପ୍ରମୁଖଙ୍କୁ ଫୋନ କଲ୍ କରି ମାନସିକ ଧମକ ଦେଉଥିବା ଅଭିଯୋଗ ହୋଇଛି । ଏମିତିକି କିଛିଦିନ ତଳେ ଜଣେ ଦୁର୍ବୁତ୍ତ ଫୋନ ମାଧ୍ୟମରେ ଜଣେ ମହିଳା ସରପଞ୍ଚଙ୍କୁ ସୋସିଆଲ ମିଡିଆରେ ବଦନାମ କରିବାର ଧମକ ଦେଇଥିବାର ଏକ୍ସକ୍ଲୁସିଭ ଅଡିଓ ଆମ ହାତରେ ଲାଗିଛି । ତେବେ ସୋସିଆଲ ମିଡିଆରେ ଘଟୁଥିବା ଏପରି ଘଟଣାକୁ ନେଇ ଘଟଗାଁ ବ୍ଲକ ବିଜେଡି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ଓ ତୁରନ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ଆଇଟି ସେଲ୍ ଘଟଣା ଉପରେ ନଜର ଦେବାକୁ ଦାବି କରାଯାଇଛି ।


