ନିର୍ମଳାପ୍ରଭା ନାୟକଙ୍କ ପରଲୋକରେ ଆଇନଜୀବୀ ଓ ବୁଦ୍ଧିଜୀବୀଙ୍କ ଶୋକ ପ୍ରକାଶ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ବିଶିଷ୍ଟ ସାରସ୍ୱତ ସାଧିକା ନିର୍ମଳାପ୍ରଭା ନାୟକଙ୍କ ପରଲୋକରେ ସାହିତ୍ୟ, ରାଜନୀତି ଓ ସମାଜସେବା ସହ ଜଡିତ ବିଭିନ୍ନ ମହଲରେ ଗଭୀର ଶୋକପ୍ରକାଶ କରାଯାଇଛି । ସ୍ୱର୍ଗତା ନାୟକ ପାଟକୁରା ଗାନ୍ଧୀ ଭାବେ ପରିଚିତ ରାଜକିଶୋର ନାୟକଙ୍କ ଧର୍ମପତ୍ନୀ ତଥା ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ମାଆ । ସେ ବୟସାଧିକ କାରଣରୁ ଅସୁସ୍ଥ ଥିଲେ । ଗତ ବର୍ଷ ସେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ସ୍ୱତନ୍ତ୍ର ଭାବେ ସମ୍ବର୍ଦ୍ଧିତ ହୋଇଥିଲେ । ତାଙ୍କ ରଚିତ ସାୟାହ୍ନର ସ୍ମୃତି ପାଇଁ ତାଙ୍କୁ ଏହି ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ତାଙ୍କ ବିୟୋଗରେ କେନ୍ଦ୍ରାପଡା ଜିଲ୍ଲା ଆଇନଜୀବୀ ଓ ବୁଦ୍ଧିଜିବୀମାନେ ଶୋକବ୍ୟକ୍ତ କରିଛନ୍ତି । ବରିଷ୍ଠ ଆଇନଜୀବୀ ଗଗନ ବିହାରି ଜେନା, ସରକାରୀ ଓକିଲ ସଂଜୟ କୁମାର ଜେନା , ଗୋବର୍ଦ୍ଧନ ରାଉତ, ପୂର୍ବତନ ଓକିଲ ସଂଘ ସଭାପତି ଆଶୁତୋଷ ମହାନ୍ତି, ପ୍ରାକ୍ତନ ସଂପାଦକ ସେକ ଅଜିମୁଦ୍ଦିନ, ରମାକାନ୍ତ ସ୍ୱାଇଁ, ପ୍ରଦୀପ୍ତ ମହାନ୍ତି, ନିରଂଜନ ବଳ, ଅରୁଣ ପ୍ରସାଦ ଦାସ, ମାନସ ରଂଜନ ଧଳ, ବ୍ରଜ ସୁନ୍ଦର ରାଉତ, ମନୋଜ ସାହୁ, ଇତିହାସ ଲେଙ୍କା, ସୁରେଶ ନାୟକ, ସ୍ମୃତ୍‌ି ରଂଜନ ସିଂ, ଶେଷଦେବ ଦାସ, କୁଞ୍ଜ ବିହାରୀ ପରିଡା, ଅଜୟ ମହାନ୍ତି, ଶିଶିର ମଲିକ, ବୁଦ୍ଧିଜୀବୀ ଡଃ. ବାସୁଦେବ ଦାସ, କରୁଣାକର ଦାସ, ବୈଷ୍ଣବ ଚରଣ ସ୍ୱାଇଁ, କାର୍ତ୍ତିକ ଚରଣ ନାୟକ, ପୂର୍ବତନ କାଉନସିଲର ଦୁର୍ଗା ପ୍ରସାଦ ପତି, କୃଷ୍ଣ ଚନ୍ଦ୍ର ଜେନା, ଅନନ୍ତ ଗୋପାଳ ଦାସ, ଧିରେନ୍ଦ୍ର କୁମାର ଦାସ, ସତ୍ୟପ୍ରିୟ ଦାସ, କିଶୋର ପ୍ରଧାନ, ଅକ୍ଷୟପ୍ରିୟ ଦାସ, ସତ୍ୟବ୍ରତ ସିଂ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ