ଉନ୍ନୟନ ପ୍ରକଳ୍ପ ପରିଦର୍ଶନରେ କେନ୍ଦ୍ରୀୟ ଟିମ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନା ଗ୍ରାମାଞ୍ଚଳ ରେ କିଭଳି କାର୍ଯ୍ୟକାରୀ ହେଉଛି ଏନେଇ ବିଭିନ୍ନ ସମୟରେ ଅନେକ ସମୟରେ ଯୋଜନା ବାଟବଣା ହେଉଥିବାଅଭିଯୋଗ ହେଉଥିବା ବେଳେ ଅନୁଧ୍ୟାନ ପାଇଁ କେନ୍ଦ୍ରୀୟ ଟିମର ସଦସ୍ୟ ଗଞ୍ଜାମ ଜିଲ୍ଲାର ସାନଖେମୁଣ୍ଡି ବ୍ଲକ ଦୁଇଦିନିଆ ଗ୍ରସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପ ପରିଦର୍ଶନ କରିବା ସହ ତଦାରଖ କରି ଫେରିଥିବା ଜଣାପଡିଛି । ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକଙ୍କ ନେତୃତ୍ବରେ ଜାତୀୟ ସ୍ତରୀୟ ତଦାରଖ କମିଟି ଅଧିକାରୀ ପ୍ରଭାତ କୁମାର ଓ ଅନିତା ସିଂ ଗତକାଲି ଦୁଇ ଦିନିଆ ଗସ୍ତ କରିଥିଲେ | ଏହି ପରିପ୍ରେକ୍ଷୀରେ ଗତକାଲି ବ୍ଳକ ଅନ୍ତର୍ଗତ ଛଣମାରୀ , ପୋଡାମାରି, ମୌଳାଭଣଜା ଏବଂ ଟି ଗୋବିନ୍ଦପୁର ଗ୍ରସ୍ତ କରି କାର୍ଯ୍ୟର ସମୀକ୍ଷା କରିଥିବା ବେଳେ ଆଜି ଜିଉରା ଓ ଏରେଣ୍ଡ୍ରା ପଞ୍ଚାୟତ ଗସ୍ତ କରି କେନ୍ଦ୍ର ସରକାରଙ୍କ ଜନହିତକର କାର୍ଯ୍ୟ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ସମୀକ୍ଷା କରିଥିଲେ । କେନ୍ଦ୍ର ସରକାର ଯୋଗାଇ ଦେଉଥିବା ଜନହିତକାରି ଯୋଜନାକୁ ସାନଖେମୁଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ପଞ୍ଚାୟତ ସ୍ତରରେ ଏକାଧିକ ଯୋଜନା ପ୍ରକଳ୍ପର କାର୍ଯ୍ୟକ୍ରମ ଜାରି ରଖିଥିବାବେଳେ ମହିଳା ମାନଙ୍କୁ ସାମଗ୍ରୀକ ଭାବେ ସଶକ୍ତ କରିବା ସହ ସେମାନଙ୍କୁ ଆତ୍ମନିର୍ଭରଶୀଳ ଭାବେ ଗଢିତୋଳିବା ପାଇଁ ବିଭିନ୍ନ କାର୍ଯ୍ୟ ଯୋଗାଇ ଦେଇଛି । ଏନଆରଜିଏସ, ରେ ଯିଉରା, ଆଡପଡା ଗ୍ରାମ୍ୟ ପାର୍କ,ପ୍ରଧାନମନ୍ତ୍ରୀ ଆବାସ ଯୋଜନା , ଆଦର୍ଶ ଗାଇଗୁହାଳ,ଆଦର୍ଶ ପୋଖରୀ, ମୋବଗିଚା,ଇନ୍ଦିରାଗାନ୍ଧୀ ପେନସନ ଯୋଜନା , ଜାତୀୟ ପରିବାର ମଙ୍ଗଳ ଯୋଜନା ବିଭିନ୍ନ କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ଟିମ ସଦସ୍ୟ ବୁଲି ଦେଖିଥିଲେ l ମନରେଗା ଯୋଜନାରେ ଗଞ୍ଜାମ ଜିଲ୍ଲାରେ ସାନଖେମୁଣ୍ଡି ବ୍ଲକ ଏକନମ୍ୱର ରହିଥିବା ବେଳେ ପ୍ରଶାସନ ଚାରିହଜାରରୁ ଉର୍ଦ୍ଧ ହିତାଧିକାରୀ ୧୦୦ ଦିନିଆ କାମ ଯୋଗାଇବା ଏବଂ ବ୍ଲକ ସ୍ତରରେ କେନ୍ଦ୍ରୀୟ ଅନୁଦାନ ସଫଳ କାର୍ଯ୍ୟକାରିତା କୁ ନେଇ ପ୍ରତିନିଧି ଦଳ ଗୋଷ୍ଟିଉନ୍ନୟନ ଅଧିକାରୀ ଗାୟତ୍ରୀ ଦତ୍ତ ନାୟକଙ୍କୁ ଧନ୍ୟବାଦ ଜଣାଇଥିଲେ।କେନ୍ଦ୍ରୀୟ ଅଧିକାରୀ ଟିମ ସାନଖେମୁଣ୍ଡି ବ୍ଲକରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ ଓ ମିଶନଶକ୍ତି ମା ମାନଙ୍କୁ ଏସଏଚଜି ରୁ ଏସଏମଇ ଵା କ୍ଷୁଦ୍ର ଉଦ୍ୟୋଗୀ ଭାବେ ପରିଣତ କରିବା ଲକ୍ଷ୍ୟ ସହ ବ୍ଲକ ର ବିକାଶ କରିବା ଭଳି ପ୍ରଶଂସନୀୟ ପଦକ୍ଷେପ ଓ କାର୍ଯ୍ୟ ଶୈଳୀକୁ ଦେଖି ଖୁସି ପ୍ରକାଶ କରିଥିଲେ |ପ୍ରତିନିଧି ଦଳ ଙ୍କ ସହ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ଦୀପ କୁମାର ବେହେରା ଏ ପିଓ ଅରୁଣ କୁମାର ସ୍ବାଇଁ କୃଷି ଅଧିକାରୀ ବିଶ୍ୱରଂଜନ ରାଉତ, ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।


