ନିର୍ମାଣର ବର୍ଷେ ନ ପୁରୁନୁ ପିଏମ୍‌ଜିଏସ୍‌ୱାଇ ରାସ୍ତା ପିଚୁ ଉଠିଲା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ପ୍ରତି ଗ୍ରାମାଞ୍ଚଳକୁ ସଡକପଥ ସଂଯୋଗ ଉଦ୍ଦେଶ୍ୟ ଓ ଲକ୍ଷ୍ୟରେ କୋଟି କୋଟି ଟଙ୍କା ଅର୍ଥ ବ୍ୟୟ କରୁଛନ୍ତି । କିନ୍ତୁ ଠିକାଦାରମାନଙ୍କ ଲାଭଖୋର ମନବୃତ୍ତି ଓ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ନିତୀ ଯୋଗୁଁ ଏପରି ବହୁ ଉନ୍ନୟନ ମୂଳକ କାମ ଫେଲମାରୁଛି । ବିଶେଷ କରି ଅପହଞ୍ଚ ତଥା ଦୁର୍ଗମାଞ୍ଚଳ ଇଲାକାରେ ଅତି ନିମ୍ନମାନର ନିର୍ମାଣ କାର୍ଯ୍ୟ ମୋହନା ଗ୍ରାମ୍ୟ ଉନ୍ନୟନ ଡିଭିଜନ ତରଫରୁ ନିର୍ମାଣ କରାଯାଇଥିଲା । ବର୍ଷେ ନପୁରୁନୁ ଖାଲଖାମା ହୋଇଯାଉଛି ତ ଆଉକେଉଁଠି ପିଚୁ, ମେଟାଲ ଆଦି ଉଠି ଯାଉଥିବାର ବହୁ ନଜର ରହିଛି । ସେପଟେ ଜିଲ୍ଲା ପ୍ରଶାସନ ଦୁର୍ଗମାଞ୍ଚଳ ପ୍ରତି ନିରବଦ୍ରଷ୍ଟା ସାଜିଥିବାରୁ ବିଭାଗୀୟ ଅଧିକାରୀ ଓ ଠିକାଦାରମାନେ ଫାଇଦା ଉଠାଉଛନ୍ତି । ଏପରି ଏକ ପିଏମ୍‌ଜିଏସ୍‌ୱାଇ ରାସ୍ତା ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ରାଇପଙ୍କା ଆର୍‌ଡି ରୋଡ ଠାରୁ ରାବା ଓ ସିକିଲିମା ଗ୍ରାମ୍ୟ ସଡକ ପଥ । ଏହି ରାସ୍ତା ନିର୍ମାଣ ହୋଇ ଏକ ବର୍ଷ ମଧ୍ୟ ପୁରିନି । ରାସ୍ତା ନିର୍ମାଣ ବେଳେ ଦୁଇ ପାଶ୍ୱର୍ରେ ନାଳର ବ୍ୟବସ୍ଥା ନଥିବାରୁ ବର୍ଷା ଦିନରେ ପାଣି ଜମିଯାଇ ପିଚୁ ଧୋଇ ହେବା ସହ ରାସ୍ତା ମଝିରେ ଖାଲଖମା ସୃଷ୍ଟି ହୋଇଛି । ଏନେଇ ସିକିଲିମା ଓ ରାବା ଗ୍ରାମର ଦୁଇ ଗ୍ରାମବାସୀଙ୍କ ସମେତ ୱାର୍ଡମେମ୍ବର ଋଷି ମାଝୀ, ଜୟଦେବ ମାଝୀ, ରିନି ମାଝୀ, ଗୁରୁ ମାଝୀ, ନୂଆମାଝୀ, ପିଲିମାଝୀ, ରାଙ୍ଗାମାଝୀ, ସିରୀ ମାଝୀ, ରେମଶା ମାଝୀ ପ୍ରମୁଖ ଜଣାଇଛନ୍ତି ଯେ, ଠିକାଦାରଙ୍କ ମନମୁଖୀ ନିର୍ମାଣ କାର୍ଯ୍ୟ ଓ ଡ୍ରେନେଜ୍ ବ୍ୟବସ୍ଥା ନଥିବାରୁ ଏପରି ରାସ୍ତାରେ ଖାଲଖମା ସୃଷ୍ଟି ହେଉଛି । ଚଳିତବର୍ଷ ବର୍ଷାରେ ରାସ୍ତା ଏହି ଦ୍ୱୟ ଗ୍ରାମ୍ୟ ରାସ୍ତା ପ୍ରାୟତଃ ଖାଲଖମାରେ ପରିଣତ ହୋଇଛି । ଯଦି ଏହାର ଆବଶ୍ୟକ ରକ୍ଷଣା ବେକ୍ଷଣ ସହ ମରାମତି ନକରାଯାଏ ତେବେ ଆଗାମୀ ବର୍ଷାରେ ଏହା ନିଶ୍ଚିତ ଧୋଇ ହୋଇଯିବ । ତେଣୁ ଏହି ସମସ୍ୟାର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ