ନିଳୋକ-ଛତାବର ରାସ୍ତା କାର୍ଯ୍ୟ ନିମ୍ନମାନର

ବନ୍ତ, (ଚାନ୍ଦିନୀ ମହାନ୍ତି):ଭଦ୍ରକ ଜିଲା ବନ୍ତ ବ୍ଲକ ନିଳୋକ-ଛତାବର ଭାୟା ମଞ୍ଜୁରୀରୋଡ ରାସ୍ତାର ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ବେଳେ ମନମୁଖୀ ଭାବେ ରାସ୍ତା କାର୍ଯ୍ୟ ଚାଲୁଛି । କେନାଲ କିମ୍ବା ରାସ୍ତା ମଧ୍ୟରେ ପୂର୍ବରୁ ଥିବା ପୁରୁଣା ପୋଲ ସ୍ଥାନରେ ନୂଆ ପୋଲ ତିଆରି କରାନଯାଇ ପୁରୁଣା ପୋଲକୁ ମରାମତି କରାଯାଉଛି । ରାସ୍ତା କାର୍ଯ୍ୟ ବେଳେ ପୂର୍ତ୍ତ ବିଭାଗର କୌଣସି ଅଧିକାରୀ ଉପସ୍ଥିତ ରହୁ ନଥିବାରୁ ସଂପୃକ୍ତ ଠିକାଦାର ମନଇଛା କାର୍ଯ୍ୟ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ପ୍ରକାଶ ଯେ, ଗତ ୨୦୨୧-୨୨ ଆର୍ଥିକ ବର୍ଷରେ ନିଳୋକ-ଛତାବର ଭାୟା ମଞ୍ଜୁରୀରୋଡ ରାସ୍ତାର ଉନ୍ନତିକରଣ ପାଇଁ ୨୫ କୋଟି ଟଙ୍କା ବ୍ୟୟ ବରାଦ ହୋଇଥିଲା । ନିର୍ମାଣ କାର୍ଯ୍ୟ ଦାୟୀତ୍ୱ ନେଇଥିବା ସମ୍ପୃକ୍ତ ଠିକାଦାର ଗତ ଡିସେମ୍ବର ଠାରୁ ରାସ୍ତା କାର୍ଯ୍ୟ ଆରମ୍ଭ କରିଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ରାସ୍ତାର ଉଭୟ ପାଶ୍ୱର୍ରେ ମାଟି ପକା କାର୍ଯ୍ୟ ଆରମ୍ଭ ହୋଇଛି । ଦୀର୍ଘ ୪ ମାସ ହେବ ଏହି ମାଟି ପକା କାର୍ଯ୍ୟ ଚାଲୁଥିବା ବେଳେ ବହୁ ସ୍ଥାନରେ ପକା ଯାଇଥିବା ମାଟିକୁ ସମତଳ କରାଯାଇନାହିଁ । ନିଳୋକ ଠାରୁ ମଞ୍ଜୁରୀରୋଡ ପର୍ଯ୍ୟନ୍ତ ରାସ୍ତା ମଧ୍ୟରେ ଥିବା ପୁରୁଣା ପୋଲ ସ୍ଥାନରେ କେବଳ ଦୁଇ ପାଶ୍ୱର୍କୁ ବୃଦ୍ଧି କରାଯାଇ ପୁରୁଣା ପୋଲ ସହିତ ଯୋଡା ଯାଉଛି । ନିଳୋକ ପଞ୍ଚାୟତ ଅଫିସର ଅନତି ଦୂରରେ ଥିବା ଗୋବିନ୍ଦପୁର ମାଇନର କେନାଲ ଉପରେ ଦୀର୍ଘ ୩୦ ବର୍ଷର ପୁରୁଣା ପୋଲକୁ ଭଙ୍ଗା ନଯାଇ ପୁରୁଣା ପୋଲର ଦୁଇ ପାଶ୍ୱର୍କୁ ବଢାଯାଇ କାର୍ଯ୍ୟ କରାଯାଉଛି । ଦୁଇ ପାଶ୍ୱର୍ରେ ତିଆରି କରାଯାଇଥିବା ଛାତରେ ଚିପ୍ସ ସ୍ଥାନରେ ମେଟାଲରେ ଛାତ ପଡୁଥିବା ଦେଖାଯାଇଛି । ଏପରିକି କେନାଲର କଂକ୍ରିଟ ବେଡ୍ ଉପରୁ ୱାଲ ଉଠାଯାଇଛି । ଯାହାକି ପୋଲର ସ୍ଥାୟୀତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାର୍ଯ୍ୟ ଚାଲିଥିବା ବେଳେ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁନଥିବା ଦେଖାଯାଇଛି । ଉକ୍ତ କେନାଲ ଉପରେ ଥିବା ପୋଲ ଦୀର୍ଘ ୩୦ ବର୍ଷର ହୋଇଥିବା ବେଳେ କେତେବେଳେ ଯେ ଏହି ପୋଲ ଗଳି ନପଡିବ ତାହା କେହି କହି ପାରିବେ ନାହିଁ । ଏହି ପୁରୁଣା ପୋଲକୁ ଭାଙ୍ଗି ନୂଆ ପୋଲ ତିଆରି କରିବା ପାଇଁ ସ୍ଥାନୀୟ ଲୋକେ ଦାବୀ କରିଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଓ ସଂପୃକ୍ତ ଠିକାଦାର କର୍ଣ୍ଣପାତ କରୁନାହାନ୍ତି । ଗତ ୧୦ ଦିନ ତଳେ ଭଦ୍ରକ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କୁ ସ୍ଥାନୀୟ ଲୋକେ ଅଭିଯୋଗ କରିବା ପରେ ସେ ନିଜେ ଆସି କାର୍ଯ୍ୟ ତଦାରଖ କରି ନୂଆ ପୋଲ ତିଆରି ହେବ ବୋଲି ପ୍ରତିଶୃତି ଦେଇଥିଲେ । ମାତ୍ର ଏହାମଧ୍ୟରେ କିଛି ଦିନ ବିତି ଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କର ଦେଖାନାହିଁ । ସ୍ଥାନୀୟ ଲୋକ ମାନେ ଏନେଇ ଅଭିଯୋଗ କରୁଥିଲେ ମଧ୍ୟ ସମ୍ପୃକ୍ତ ଠିକାଦାର ସମସ୍ୟାକୁ ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି । କୋଟି କୋଟି ଟଙ୍କାରେ ନିର୍ମିତ ଏହି ରାସ୍ତାର ନିର୍ମାଣ ଦାୟୀତ୍ୱ ନେଇଥିବା ଠିକାଦାରର ଏତାଦୃଶ କାର୍ଯ୍ୟକୁ ଲୋକ ମାନେ ବିରୋଧ କରୁଛନ୍ତି । ରାଜ୍ୟ ସରକାର ଓ ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ