ନୀଳକଣ୍ଠେଶ୍ୱର ବୋଲବମ୍ ସଂଘ ପକ୍ଷରୁ ୧୦୮କଳସ ଯାତ୍ର

ଛତ୍ରପୁର (ଯୁଗାବ୍ଦ ନ୍ୟୁଜ) ; ଗଂଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ବିଜ୍ଞାପିତ ଅଂଚଳ ପରିଷଦ ଅନ୍ତର୍ଗତ ଆଠ ନମ୍ବର ୱାର୍ଡର ନୀଳକଣ୍ଠେଶ୍ୱର ସାହିରେ ଅବସ୍ଥିତ ପୁରାତନ ଶୈବ ପୀଠ ବାବ ନୀଳକଣ୍ଠେ୍ଠଶ୍ୱର ବୋଲ ବମ୍ ସଂଘ ଆନୁକୂଲ୍ୟରେ ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରାବଣ ମାସରେ ଶହେରୁ ଉଦ୍ଧ୍ୱର୍ କାଉଡିଆ ଭାଇମାନେ ଏକତ୍ରିତ ହୋଇ ଗତ ୧୪ତାରିଖ ଦିନ ଶ୍ରାବଣ ମାସ ର ଅନ୍ତିମଦିବସରେ ଗଂଜାମ ସହର ସ୍ଥିତ ପୁଣ୍ୟତେୟା ପବିତ୍ର ଋଷିକୂଲ୍ୟା ନଦୀକୁ ପଦାର୍ପଣ କରି ସେଠାରେ କାଉଡିଆ ଭାଇ ମାନେ ନଦୀ ସମ୍ମୁଖ ଭାଗରେ ବାଲୁକା ଶିବ ଲିଙ୍ଗ ସ୍ଥାପନ କରି ପୁରୋହିତଙ୍କ ମନ୍ତ୍ର ଉଠାରଣ ଅଭିଷେକ ପୂଜାର୍ଚ୍ଚନା କରାଯାଇ ତତ୍ ସଂଗେ ସଂଗେ ଏକ ଆକର୍ଷଣୀୟ ବାଉଁଶରେ ନିର୍ମାଣ ହୋଇଥିବା ବାଉଙ୍ଗୀରେ ପୂର୍ଣ୍ଣମାତ୍ରାରେ କଳସ ଟଙ୍ଗା ଯାଇ ଛତ୍ରପୁର ନୀଳକଣ୍ଠଶ୍ୱର ମନ୍ଦିର କୁ ଯାତ୍ରା ଅଭିମୂଖେ ଆସିଥିଲେ । କାଉଡିଆ ଭକ୍ତମାନେ ଋଷିକୂଲ୍ୟା ନଦୀରେ ନିଜନିଜର ପୂଜା ଆରୋଧନା ସାରିବା ପରେ କାନ୍ଦରେ ସମସ୍ତେ ୧୦୮ପାଣି ଭାର ଧରି ବାଦ୍ୟ ବାଜଣା, ମାଇକ ସହିତ ମହାଆଡମ୍ବର ଧୁମଧାମରେ ଶୋଭାଯାତ୍ରାରେ ରିକାପଲ୍ଲୀସ୍ଥିତ ମାଁ ବୁଢି ଠାକୁରାଣୀ ମନ୍ଦିରରୁ ବାହାରିଥିଲେ । ଭକ୍ତମାନଙ୍କ ତୁଣ୍ଡରେ ଓଁନମଃ ଶିବାୟ ମନ୍ତ୍ର ଉଚାରଣ କରିବା ସହିତ ବୋଲବମ୍ ହର ହର ବୋମ୍ , ଜଟିଆ ବା ପାର୍ କରେଗା, ଭୋଲା ବାବା ପାର୍ କରେଗା ସହ ଶିବଙ୍କ ବିଭିନ୍ନ ଧ୍ୱନୀ ଦେଇ ଆସିଥିଲେ । ସହର ପରିକ୍ରମା କରିଥିଲେ । କାଉଡିଆ ଭକ୍ତ ମାନଙ୍କ ପାଣି ସମ୍ଭାର ଶୋଭା୍ାତ୍ରା ଦେଖିବାପାଇଁ ରାତ୍ରୀ ସମୟରେ ସହରର ଦୁଇପାଶ୍ୱର୍ରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ପ୍ରତ୍ୟେକ ବର୍ଷ କାଉଡିଆ ଭକ୍ତ ମାନେ ମାସଯାକ ଉପାସରେ ରହି ଶ୍ରାବଣ ମାସର ପ୍ରତ୍ୟେକ ସୋମବାର ଦିନ ପାଣି ଭାର ଉଠାଇ ବିଭିନ୍ନ ଶୈବ ମନ୍ଦିର ଯାତ୍ରା କରି ଜଳାଭିଷେକ କରିଥିଲେ । ୧୦୮ କଳସଯାତ୍ରା ଅଭିନବ ଏବଂ ନୂତନ ଉପାୟରେ ଜଳଯାତ୍ରା କରିବା ଯୋଗୁଁ କାଉଡିଆ ଭାଇମାନଙ୍କ ମଧ୍ୟରେ ଅତ୍ୟାଧିକ ଆନନ୍ଦ, ଉଲାସ ଉଦ୍ଦୀପନା ଦେଖାଯାଇଥିଲ।। ଗତ ୧୫ତାରିଖ ଦିନ ଗୁରୁ ପୂର୍ଣ୍ଣିମା ଦିନ ପ୍ରାତଃ ସମୟରେ ମାନସିକ ଧାରୀ କାଉଡିଆ ଭକ୍ତ ମାନେ ନିଜର ମାନସିକ ପୂରଣ ସକାଶେ ବାବା ଶିବଙ୍କ ମସ୍ତକରେ ଜଳାଭିଷେକ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ