ନୀଳମଣି ବିଦ୍ୟାରତ୍ନ ଙ୍କ ନାମରେ ହେବ ସେତୁ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ମହାନ ବିଦ୍ୱାନ, ସାହିତ୍ୟିକ, ପ୍ରବୀଣ ସାମ୍ବାଦିକ, ସାରସ୍ୱତ ସାଧକ ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ଙ୍କ ନାମରେ ବାଙ୍କୀର ବୈଦେଶ୍ଵର ଓ ବଡମ୍ବା ର ଗୋପୀନାଥ ପୁର କୁ ସଂଯୁକ୍ତ କରୁଥିବା ଦୀର୍ଘ ସେତୁ କୁ ସରକାର ନୀଳମଣି ବିଦ୍ୟାରତ୍ନ ଙ୍କ ନାମରେ ନାମିତ କରିବା ପାଇଁ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି. ବରିଷ୍ଠ ସାମ୍ବାଦିକ, ଅଧ୍ୟକ୍ଷ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପ୍ରଦ୍ୟୁମ୍ନ ଶତପଥି, ବାଙ୍କୀର ପୂଜ୍ୟ ପୂଜା ଅଭିଯାନ ର ସଭାପତି ସୁନୀଲ କୁମାର ମିଶ୍ର ଦୀର୍ଘ ଦିନ ପୂର୍ବେ ସରକାର ଙ୍କୁ ଦାବି ଓ ଅନୁରୋଧ କରି ଆସୁଥିଲେ. ଆଜି ତାହା ଫଳପ୍ରଦ ହୋଇଛି. ଏଥିପାଇଁ ସରକାର ଙ୍କୁ ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ର ମୁଖପାତ୍ର ଅରବିନ୍ଦ ତ୍ରିପାଠୀ, ସଂଯୋଜକ ନାରାୟଣ ଓଝା ଙ୍କ ସମେତ ବହୁ ପୂଜ୍ୟ ପୂଜା ପ୍ରାଣ ଧନ୍ୟବାଦ ଜ୍ଞାପନ କରିଛନ୍ତି. ଉକ୍ତ ସେତୁଟି କାର୍ଯ୍ୟ କ୍ଷମ ହେଲେ ଗମନା ଗମନ, ପର୍ଯ୍ୟଟନ ପ୍ରମୁଖ ର ବିକାଶ ଓ ଅଗ୍ରଗତି ହୋଇପାରିବ ବୋଲି ମତ ପ୍ରକାଶ ପାଇଛି.


