ନୀଳମଣି ସାମଲଙ୍କୁ ରାଷ୍ଟ୍ରପତି ପୁରସ୍କାର

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଭାରତ ଓ ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ, ବଡଚଣା ମାଟିର ବରପୁତ୍ର ,ଓଡିଶା ପ୍ରଦେଶ ସ୍ବାଧୀନତା ସଂଗ୍ରାମୀ ସମିତି ସଭାପତି,ମହାନ ଗାନ୍ଧୀବାଦୀ ନୀଳମଣି ସାମଲ(୯୭) ଙ୍କୁ ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ କରାଯାଇଛି ।୧୯୨୩ ମସିହାର ଫେବୃଆରୀ ୨୪ ତାରିଖରେ ମହାନ ଦେଶପ୍ରେମୀ ଯାଜପୁର ଜିଲ୍ଲା ବଡଚଣା ଅନ୍ତର୍ଗତ ବାଲିପଡିଆ ଗ୍ରାମରେ ଭୂମିଷ୍ଠ ହୋଇଥିଲେ । ପିଲାବେଳୁ ସେ ମହାତ୍ମା ଗାନ୍ଧୀଙ୍କ ଡାକରାରେ ଉଦବୁଦ୍ଧ ହୋଇ ସ୍ବାଧୀନତା ସଂଗ୍ରାମୀ ରେ ଝାସ ଦେଇଥିଲେ । ସେ ମହାତ୍ମା ଗାନ୍ଧୀଙ୍କ ଆହ୍ବାନ ୧୯୪୨ ମସିହା ଅଗଷ୍ଟ ୯ ତାରିଖ ଐତିହାସିକ କ୍ରାନ୍ତି ଦିବସ ଭାରତଛାଡ ଆନ୍ଦୋଳନ କର ବା ମର ପାଇଁ ଅଗଷ୍ଟ ୮ତାରିଖରେ ବ୍ରଟିଶଙ୍କ ଦ୍ଵାରା କାରାବରଣ କରିଥିଲେ । ପରବର୍ତ୍ତୀ ସମୟରେ ବାଲିପଡିଆ ଠକ୍କରବାପା ଆଶ୍ରମ ସହିତ ଜଡିତ ହୋଇ ଦେଶସେବା ରେ ନିୟୋଜିତ ହୋଇଥିଲେ । ତାଙ୍କର ମହାନ ତ୍ୟାଗ, ଦେଶପ୍ରେମ, ସମାଜସେବା, ଗାନ୍ଧୀ ନୀତି ପାଇଁ ଚତୁର୍ଥ ଥର ପାଇଁ ରାଷ୍ଟ୍ରପତି ସମ୍ମାନରେ ସମ୍ମାନିତ କରାଯାଇଛି ।ସେ ପୂର୍ବରୁ ରାଷ୍ଟ୍ରପତି ପ୍ରତିଭା ସିଂ ପାଟିଲ,ପ୍ରଣବ ମୁଖାର୍ଜୀ ଓ ରାମନାଥ କୋବିଦଙ୍କ ଠାରୁ ସମ୍ମାନିତ ହୋଇଛନ୍ତି । ରାଜ୍ୟ ସରକାର ଏବଂ ବହୁ ଅନୁଷ୍ଠାନ ଦ୍ବାରା ବିଭିନ୍ନ ସମୟରେ ସମ୍ମାନିତ ହୋଇଛନ୍ତି ।୯୭ ବର୍ଷରେ ବି ସେ ଚଳ ଚଂଚଳ ଓ କର୍ମଠ । ତାଙ୍କର ତ୍ୟାଗ ଓ କର୍ମ ନିଷ୍ଠା ପାଇଁ ଅଖିଳ ଭାରତ ସ୍ଵାଧିନତା ସଂଗ୍ରାମୀ ସମିତି ତାଙ୍କୁ ଓଡ଼ିଶା ପ୍ରଦେଶ ସଂଗ୍ରାମୀ ସମିତି ସଭାପତି ଦାୟିତ୍ୱ ପ୍ରଦାନ କରିଛନ୍ତି ।ଅଧୁନା ସେ ଦାୟିତ୍ଵ ନିଭାଉଛନ୍ତି ।
ପ୍ରତିବର୍ଷ ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ରାଷ୍ଟ୍ରପତି ସମ୍ମାନ କରନ୍ତି । ଏହି ମହାନ ଅବିସ୍ମରଣୀୟ ଦିବସ ଅବସରରେ କୋଭିଡ-୧୯ କଟକଣା ଏବଂ ବୟସ ଅଧିକ ଯୋଗୁଁ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନକୁ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ଡକା ନ ଯାଇ ନିଜଘରେ ରାଷ୍ଟ୍ରପତି ସମ୍ମାନ ପ୍ରଦାନ କରାଯିବା ପାଇଁ ନିର୍ଦ୍ଦେଶ ହୋଇଥିଲା । ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ,ସଚିନ ପାଓ୍ବାର(ଆଇଏଏସ୍), ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାଏକ,, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଅକ୍ଷୟ ମଲ୍ଲିକ,, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ ସେଠୀ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ତହସିଲଦାର ବରଣେନ୍ଦଙ ମହାନ୍ତି, ବିଡ଼ିଓ ଅଜିତ ନାରାୟଣ ପ୍ରସାଦ ଗିରି ପ୍ରମୁଖ ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲଙ୍କୁ ସାଲ, ଉତ୍ତରୀୟ ଓ ଅଙ୍ଗବସ୍ତ୍ର,ଓ ରାଷ୍ଟ୍ରପତି ଙ୍କ ଶୁଭେଚ୍ଛା ବାର୍ତ୍ତା ଦେଇ ସମ୍ମାନିତ କରିଥିଲେ । ଆନନ୍ଦରେ ଉତଫୁଲ୍ଲିତ ଓ ଭାବ ବିହ୍ୱଳ ହୋଇ ସମସ୍ତଙ୍କୁ ଆଶୀର୍ବାଦ ଦେବା ସହ ସମାଜରେ ଯୁବ ସମାଜ ଉତ୍ସର୍ଗୀକୃତ ମନୋଭାବ ରଖିବା ପାଇଁ ବାର୍ତ୍ତା ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ