ନୁତନ ବିଇଓଙ୍କ କାର୍ଯ୍ୟଭାର ଗ୍ରହଣ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକର ନୁତନ ବ୍ଲକ ଶିକ୍ଷା ଅଧିକାରୀ ଭାବେ ଧନେଶ୍ୱର ଖଣ୍ଡେଇ ଆଜି କାର୍ଯ୍ୟରେ ଯୋଗଦେଇଛନ୍ତି । ଶ୍ରୀଯୁକ୍ତ ଖଣ୍ଡେଇ ଆଜି ଦିନ ତିନିଟା ବେଳେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ତାଙ୍କୁ ଅଫିସର କର୍ମଚାରୀ ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ପରେ ଅଭୟ କୁମାର ଜେନା, ପ୍ରଫୁଲ କୁମାର ଜେନା, ସୁଶାନ୍ତ କୁମାର ଜେନା, ଶତୃଘ୍ନ ସାହୁ, ଶଙ୍କର୍ଷଣ ଜେନା, ଶ୍ରୀକାନ୍ତ ପଟ୍ଟନାୟକ, ସୁରେନ୍ଦ୍ର ନାଥ ରାଉତ, ପ୍ରଫୁଲ କୁମାର ମଣ୍ଡଳ, ଦେବାଶିଷ ବାରିକ, ଶଶି ଭୂଷଣ ପୁହାଣ, ସୂର୍ଯ୍ୟପ୍ରକାଶ ସେଠୀ, ସୁରେନ୍ଦ୍ର ନାୟକ, କଲ୍ୟାଣୀ ଜେନା, ଉମାମଣୀ ପାଢ଼ୀ, ବିଶ୍ୱବନ୍ଦନା ଦାସ, ମହେନ୍ଦ୍ର କୁମାର ଶାସିନି, ହରିହର ସାମଲ, ପୁର୍ଣ୍ଣଚନ୍ଦ୍ର ଜେନା, ନାରାୟଣ ଚନ୍ଦ୍ର ଲେଙ୍କା, ଜ୍ଞାନ ରଞ୍ଜନ ବେହେରା, ଅକ୍ଷୟ ରାଉତ, କାହ୍ନୁ ମିଶ୍ର, ଶ୍ରୀକାନ୍ତ ସ୍ୱାଇଁ, ନାରାୟଣ ଖମାରି, କାର୍ତ୍ତିକ ଶଙ୍ଖୁଆଳ, ଭୀମସେନ ନାଇକ, ମାଧବ ମଢ଼େଇଙ୍କ ସମେତ ବିଭିନ୍ନ ଶିକ୍ଷକ ସଂଘର କର୍ମକର୍ତ୍ତା ଓ ଶିକ୍ଷକ, ଶିକ୍ଷୟତ୍ରୀ ମାନେ ପହଞ୍ଚି ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ବିଶେଷକରି ଗତ କିଛିବର୍ଷ ହେବ ବ୍ଲକଟି ଭାରପ୍ରାପ୍ତ ବିଇଓଙ୍କ ଦ୍ୱାରା ଚାଲୁଥିବାରୁ ଶିକ୍ଷକମାନେ ଅନେକ ସମସ୍ୟା ଭୋଗୁଥିଲେ । ଯାହାକି ଏବେ ଜଣେ ସ୍ଥାୟୀ ବିଇଓ ନିଯୁକ୍ତି ହୋଇଥିବାରୁ ସେସବୁ ସମସ୍ୟା ରହିବ ନାହିଁ ବୋଲି ଶିକ୍ଷକ ଶିକ୍ଷୟତ୍ରୀମାନେ ମତ ଦେଇଛନ୍ତି । ସେହିପରି ବିଇଓ ଧନେଶ୍ୱର ଖଣ୍ଡେଇ କାର୍ଯ୍ୟରେ ଯୋଗଦେବାପରେ ହାଟଡିହି ବ୍ଲକର ଶିକ୍ଷା ବ୍ୟବସ୍ଥାକୁ ସୁଧାରିବା ଦିଗରେ ପ୍ରାଥମିକତା ଦେବା ସହିତ ନିୟମିତ ସ୍କୁଲ ପରିଦର୍ଶନ କରି ଶିକ୍ଷକ ଉପସ୍ଥାନ ଓ ଶିକ୍ଷାଦାନ ସମ୍ପର୍କରେ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ।