ନୂତନ ବର୍ଷରେ ଗୁମ୍ମା ବ୍ଲକରେ ନିଯୁକ୍ତି ପରାମର୍ଶ ଶିବିର
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ଗୁମ୍ମା ବ୍ଲକ କାର୍ଯ୍ୟାଳୟ ପରିସରରେ ନିଯୁକ୍ତି ପରାମର୍ଶ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଜିଲ୍ଲା ନିୟୋଜନ କାର୍ଯ୍ୟାଳୟ ଏବଂ ଓରମାସ ଗଜପତି ମିଳିତ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବିଡ଼ିଓ ଅନୁପ ଅଭିଷେଖ ବେହେରା, ବ୍ଲକ ଅଧକ୍ଷା ଗୀତାଞ୍ଜଳି ଭୂୟାଁ, ଡ଼ିସି ସ୍କିଲ କାର୍ତିକ ମହାପାତ୍ର, ମୁଖ୍ୟ କିରାଣୀ ସନ୍ତୋଷ କୁମାର ପାଣିଗ୍ରାହୀ ଓ ସତ୍ୟବାଦୀ ପାଇକ କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟନ କରି ମଞ୍ଚାସିନ ଭାବେ ଯୋଗ ଦେଇଥିଲେ । ଗୁମ୍ମା ବ୍ଲକ ଅଞ୍ଚଳର ଯୁବକଯୁବତୀଙ୍କୁ ନିଜ ଦକ୍ଷତା ବଢାଇବା ଲାଗି ସରକାରଙ୍କ ପକ୍ଷରୁ ଡ଼ିଡ଼ିୟୁଜିକେୟାଇ ଓ ପିଏମକେଭିୟାଇ ମାଧ୍ୟମରେ ମାଗଣାରେ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଭାଗ ନେବାକୁ ୧୮ ରୁ ୩୫ ବର୍ଷ ବୟସର ଯୁବକଯୁବତୀଙ୍କୁ ଉତ୍ସାହିତ କରିଥିଲେ । ଏହି ଶିବିରର ମୁଳ ଉଦେଶ୍ୟ ହେଉଛି ଅଞ୍ଚଳର ବେକାର ଯୁବକଯୁବତୀ ନିଯୁକ୍ତି ସୁଯୋଗ ପ୍ରଥାନ କରିବା ସହ ବେକାରୀ ସମସ୍ୟା ଦୂର କରିବା ଓ ଆର୍ଥିକ ସ୍ଥିତିକୁ ସଜାଡ଼ିବା ବୋଲି ଶ୍ରୀ ବେହେରା କହିଛନ୍ତି । ଏ ଶିବିରରେ ୮୦ଜଣ ଯୁବକଯୁବତୀ ଦକ୍ଷତା ବିକାଶ ପାଇଁ ପଞ୍ଜିକରଣ କରିଥିଲେ । ବ୍ଲକର ସମସ୍ତ ଏମଭିକେ ଓ ସିଆରପି ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମକୁ ବିପିସି ରଶ୍ମିତା ପଟ୍ଟନାୟକ, ବିପିଏ ରାଜଲଷ୍ମୀ ରାଇକା, ରାଜେଶ୍ୱରୀ ପ୍ରଧାନ, ଗୌତମ ପରିଡ଼ା, ସୁରେଶ କୁମାର ରାଉତ, ଏଜାରା ଗମାଙ୍ଗ ଓ ଉପେନ୍ଦ୍ର ମାଛ ଉପସ୍ଥିତ ରହି ପରିଚାଳନା କରିଥିଲେ ।