ନେତାଜୀ ୟୁଥ କ୍ଲବ ପକ୍ଷରୁ ପଂଚାୟତ ସ୍ତରୀୟ ଦିନିକିଆ ଭଳିବଲ ଟୁନାମେଣ୍ଟ ଉଜ୍ଜ୍ୱlପିତ !

କଟକ,(ଦୀପକ୍ କୁମାର ବେଉରା): କଟକ ସଦର ବ୍ଲକ କନ୍ଦରପୁର ପଂଚାୟତ ଉପକଣ୍ଠ ବମ୍ବୁରି ଗ୍ରାମର ସାମାଜିକ ସଂଗଠନ “ନେତାଜୀ ୟୁଥ କ୍ଲବ” ପକ୍ଷରୁ ଆୟୋଜିତ ଦିନିକିଆ ଭଲିବଲ ଟୁନାମେଣ୍ଟରେ ନିମନ୍ତ୍ରିତଥିବା କଟକ ଏବଂ ଜଗତସିଂହପୁର ଜିଲ୍ଲାର ୮ଟି ଟିମ ଯଥା ଥୋରିଆପଡା, ବୋଧପୁର, ନାରଦା, କିଶନନଗର (ସାମନ୍ତରାପୁର), ହାଜିପର, ବାଗଲପୁର, ଉରାଳି, ବମ୍ବୁରି ପ୍ରମୁଖ ଖେଳି ଫାଇନାଲମ୍ୟାଚରେ କଟକ ସଦର ବ୍ଲକ ସୋମପୁର ପଂଚାୟତର ଥୋରିଆପଡା ଟିମ ବିଜୟି ହୋଇ ପୁରସ୍କାର ଗ୍ରହଣ କରିଥିବାବେଳେ ଅପରପକ୍ଷ ନିଶ୍ଚିତକୋଇଲି ବ୍ଲକ ପହରାଜପୁର ପଂଚାୟତର ନାରଦା ଟିମ ପରାଜିତ ହୋଇ ସାନ୍ତ୍ୱନା ମୂଳକ ରନର୍ସକପ ପୁରସ୍କାର ଗ୍ରହଣ କରିଛନ୍ତି ! ଏହି ପୁରସ୍କାର ବିତରଣୀ ସଭାରେ ଅତିଥିଭାବେ ବିଜେପି କନ୍ଦରପୁର ମଣ୍ଡଳ ଜିଲ୍ଲା ପ୍ରତିନିଧି ପୀୟୂଷ ରଂଜନ ପରିଡା,ଭାରତୀୟ ରାଷ୍ଟ୍ରୀୟ କିଶାନ ମଜଦୁର ସଂଗଠନର ରାଜ୍ୟ ସଂଯୋଜକ ଦୂର୍ଗା ପ୍ରସାଦ ପରିଡ଼ା,ବିଶ୍ୱରଂଜନ ରାଉଳ,ସତ୍ୟବାନ ସାହୁ, ଇନ୍ଦ୍ରମଣୀ ପାତ୍ର, ଆଲୋକ, ଅଂଜନ, ଦୀପକ, ଲକ୍ଷ୍ମଣ,ରେଫ୍ରିଭାବେ ଦୀପକ ସାହୁ ଓ ଜିସାନ ଅକ୍ତାର ଆଦି ସମସ୍ତ କାର୍ଯ୍ୟକର୍ତା ପ୍ରମୁଖ ଯୋଗଦେଇ ପ୍ରତିଯୋଗି ମାନଙ୍କୁ ପୁରସ୍କୃତ କରିବାସହ ଉତ୍ସାହିତ କରିଥିଲେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ