ନ୍ୟାୟ ପାଇଁ ଅଖିଳ ଭାରତୀୟ ଓକିଲ ସଂଘ

ବାଲେଶ୍ୱର, (ଯୁଗାବ୍ଦ ନ୍ୟୁଜ):ନ୍ୟାୟ ପାଇଁ ଅଖିଳ ଭରତୀୟ ଓକିଲ ସଂଘ(ଇସକ୍ଷବଚ୍ଛ)ର ଏକ ସାଧାରଣ ବୈଠକ କଟକ ରାମଚନ୍ଦ୍ର ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରର ସାଧାରଣ ସଂପାଦକ କ୍ଲୀଫ୍‌ଟନ୍ ଡି. ରୋଜାରିଂ ଓ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ଗୁରୁପ୍ରସାଦ ମହାନ୍ତି ସଭାପତିତ୍ୱ କରିଥିଲେ । ଶ୍ରୀ ଧୋନଜ ସାହୁ, ଅଗସ୍ତି କାନୁନଗୋ, ବିଜୟ କୁମାର ବେହେରା, ପ୍ରଶାନ୍ତ କୁମାର ଜେନା, ସୀତାରାମ ମେହେର (ବରଗଡ଼) ଓ ସାକିଲା ବାନୋ ପ୍ରମୁଖ ବରିଷ୍ଠ ଆଇନଜୀବୀଗଣ ଅତିଥିରୂପେ ମଂଚାସୀନ ଥିଲେ । ବାଲେଶ୍ୱରର ଆଇନଜୀବୀ ଏମ୍‌.ଡି. ଇସଲାମ୍ ସମସ୍ତ ଅତିଥିମାନଙ୍କୁ ମଂଚକୁ ଆମନ୍ତ୍ରଣ କରିଥିଲେ । ଏହି ସାଧାରଣ ସଭାରେ କନିଷ୍ଠ ଆଇନଜୀବୀ ଓ ବରିଷ୍ଠ ଆଇନଜୀବୀଙ୍କୁ କିପରି ଆର୍ଥିକ ଭାବରେ ସ୍ୱଚ୍ଛଳ କରାଯାଇପାରିବ, ସେ ବିଷୟରେ ଆଲୋଚନା କରାଯାଇଥିଲା । ଓଡ଼ିଶାରେ କିଭଳି ଆଡ଼୍‌ଭୋକେଟ୍ ପ୍ରୋଟେକ୍ସନ ଆକ୍ଟ ଲାଗୁ କରାଯିବ ଓ ଆଗାମୀ ବିଧାନସଭାରେ ଏ ସଂପର୍କରେ ବିଧିବଦ୍ଧ ଭାବେ ଆଇନ୍ ପାରିତ ତଥା ପାସ୍ କରାଯାଇପାରିବ ଏ ବାବଦରେ ଓଡ଼ିଶା ସରକାରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ତତ୍‌ସହିତ ଆଗାମୀ ଡିସେମ୍ବର ୨୧ ଓ ୨୨ ତାରିଖରେ ହେବାକୁ ଥିବା ନ୍ୟାୟ ପାଇଁ ସର୍ବଭାରତୀୟ (ଇସକ୍ଷବଚ୍ଛ) ୨ୟ ସମ୍ମିଳନୀର ପ୍ରସ୍ତୁତି ସଂପର୍କରେ ଆଲୋଚନା କରାଯାଇଥିଲା । ଏଥିରେ ପାଖାପାଖି ୧୪ଟି ଜିଲ୍ଲାର ଆଇନଜୀବୀ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ