ପଂଚଦଶ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ୩୦ ନଭେମ୍ବର, ୨୦୧୯ ପର୍ଯ୍ୟନ୍ତ ବୃଦ୍ଧି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପଂଚଦଶ ଅର୍ଥ ଆୟୋଗଙ୍କ କାର୍ଯ୍ୟକାଳ ୩୦ ନଭେମ୍ବର ୨୦୧୯ ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ସଂସ୍କାର ଏବଂ ନୂତନ ବାସ୍ତବତାକୁ ଆଖି ଆଗରେ ରଖି ଆୟୋଗକୁ ନିଜର ସୁପାରିସ ଚୂଡ଼ାନ୍ତ କରିବା ଉଦ୍ଦେଶ୍ୟରେ ବିଭିନ୍ନ ତୁଳନାତ୍ମକ ଆର୍ଥିକ ଆକଳନକୁ ଅନୁଧ୍ୟାନ କରିବା ଲାଗି ଏହା ସୁବିଧା ପ୍ରଦାନ କରିବ ।


