ପଂନୀ ପାଇଁ ଗୃହିଣୀ ଦେଲେ ୩୦ ହଜାର ଟଙ୍କାର ସହାୟତା
ଯାଜପୁର, ତା ୧୭ା୫ :ପଂନୀ ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ଜନୈକ ଗୃହିଣୀ ଜିଲ୍ଳ୍ାପାଳଙ୍କୁ ପ୍ରଦାନ କରିଚ୍ଥନ୍ତି ୩୦ ହଜାର ଟଙ୍କାର ଚେକ୍ । ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଳ୍ାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଜିଲ୍ଳ୍ାପାଳ ରଂଜନ କୁମାର ଦାସଙ୍କୁ ସାକ୍ଷାତ କରିଥିଲେ ଯାଜପୁର ରୋଡ ଚୋରଦା ଅଞ୍ଚଳର ମାୟାଧର ଖଣ୍ଡାୟୀଙ୍କ ପତ୍ନୀ ଅରୁଣା ଖଣ୍ଡାୟୀ । ସେ ଜଣେ ଗୃହଣୀ । କିନ୍ôତ ସହଯୋଗ ଓ ସହାୟତା ପାଇଁ ଆଗ୍ରହୀ ଅରୁଣା ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ପାଇଁ ଆଗଭର ହୋଇଥିଲେ । ନିଜ ପୁଅ ଭବାନୀ ପ୍ରସାଦଙ୍କ ସହ ଆସି ସହାୟତା ଅର୍ଥ ପ୍ରଦାନ କରିଥିବା ଅରୁଣା ଦେବାରେ ଆନନ୍ଦ ବୋଲି କହିଥିଲେ । ଅରୁଣା ପୂର୍ବରୁ ଅଙ୍ଗଦାନ କରିବାକୁ ମଧ୍ୟ ନାମାଙ୍କନ ଭରିଚ୍ଥନ୍ତି । ଯେଉଁଥି ପାଇଁ ଦଧିଚି ସମ୍ମାନରେ ସମ୍ମାନୀତ ହୋଇଚ୍ଥନ୍ତି ବୋଲି ଜଣାଯାଇଚ୍ଥି । ତାଙ୍କର ଏହି ସେବା ମନୋଭାବକୁ ଜିଲ୍ଳ୍ାପାଳ ଶ୍ରୀ ଦାସ ପ୍ରଶଂସା କରିଥିଲେ । ଏହି ଚେକ୍ ପ୍ରଦାନ ସମୟରେ ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା, କଳିଙ୍ଗ ନଗର ଅତିରିକ୍ତ ଜିଲ୍ଳ୍ାପାଳ ସନ୍ତୋଷ କୁମାର ମିଶ୍ର, ଯାଜପୁର ଅତିରିକ୍ତ ଜିଲ୍ଳ୍ାପାଳ ମିହିର ପ୍ରସାଦ ମହାନ୍ତି, ଜିଲ୍ଳ୍ା ଜରୁରା ଅଧିକାରୀ ଉମେଶ ଚନ୍ଦ୍ର ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।