ବାଲେଶ୍ୱର କ୍ଷୁଦ୍ର ଜଳସେଚନ ବିଭାଜନ ତରଫରୁ ଫୋନୀ କ୍ଷତିଗ୍ରସ୍ତଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ
ବାଲେଶ୍ୱର,(ଯୁଗାବ୍ଦ ନ୍ୟୁଜ ): ଫୋନୀ ବାତ୍ୟାରେ କ୍ଷତିଗ୍ରସ୍ତଙ୍କ ସହାୟତା ନିମନ୍ତେ ନିର୍ବାହୀ ଯନ୍ତ୍ରୀ, କ୍ଷୁଦ୍ର ଜଳସେଚନ ବିଭାଗ ବାଲେଶ୍ୱର ଏବଂ ତାଙ୍କ କର୍ମଚାରୀମାନଙ୍କ ପକ୍ଷରୁ ଆଜି ଟ. ୫୬,୦୦୦/- (ଛପନ ହଜାର ଟଙ୍କା) ସହାୟତା ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରଦାନ କରାଯାଇଛି । ବିଭାଜନର ନିର୍ବାହୀ ଯନ୍ତ୍ରୀ ଶ୍ରୀ ସୁରେଶ ଚନ୍ଦ୍ର ଶତପଥିଙ୍କ ନେତୃତ୍ୱରେ ସହକାରୀ ଯନ୍ତ୍ରୀ ଶ୍ରୀମତୀ ରିତାଞ୍ଜଳୀ ଦଣ୍ଡପାଟ, ମୁଖ୍ୟ କିରାଣୀ ଶ୍ରୀ କୃତିବାସ ପଟ୍ଟନାୟକ, ବରିଷ୍ଠ କିରାଣୀ ଶ୍ରୀ ଦିବାକର ସାମଲ ପ୍ରମୁଖ ବାଲେଶ୍ୱର ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ରାଉତଙ୍କୁ ସାକ୍ଷାତ କରି ଏହି ରାଶିର ଏକ ଚେକ୍ ପ୍ରଦାନ କରିଥିଲେ । କର୍ମଚାରୀମାନେ ନିଜ ସାମର୍ଥ୍ୟ ଅନୁଯାୟୀ ଏହି ଅର୍ଥ ସଂଗ୍ରହ କରି ସହଯୋଗର ହାତ ବଢାଇଥିବାରୁ ଜିଲ୍ଲାପାଳ ତାଙ୍କର ଏହି ମହନୀୟତାର ପ୍ରଶଂସା କରିଛନ୍ତି ।


