ପକ୍ଷରୁ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳିତ

ବାଲେଶ୍ୱର : ଉକ୍ରଳ ମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୯୧ ତମ ଶ୍ରାଦ୍ଧ ଦିବସ ବାଲେଶ୍ୱର ସଂସ୍କରଣ ପକ୍ଷରୁ ସକାଳେ ପାଳିତ ହୋଇଯାଇଛି । ସକାଳେ ଷ୍ଟେସନ ଛକ ନିକଟରେ ଥିବା ଗୋପବନ୍ଧୁ ପାର୍କରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଅତିଥି ଭାବେ ସମାଜସେବୀ ସୁବାସିନୀ ଜେନା, ଜିଲା ପରିଷଦ ଅଧ୍ୟକ୍ଷା ନିବେଦିତା ମହାନ୍ତି, କବୟିତ୍ରୀ ଡ. ଶୁଭଶ୍ରୀ ଲେଙ୍କା, ଗୌରାଙ୍ଗ ପାଣିଗ୍ରାହୀ, ପୂର୍ଣ୍ଣଚନ୍ଦ୍ର ପାତ୍ର, ମନୋଜ କୁମାର ଦାସ, ଗିରୀଶ ଚନ୍ଦ୍ର ଦାଶ, ନିରଞ୍ଜନ ପରିଡ଼ା, ବିମଳ ଜେନା, ବିଶ୍ୱନାଥ ରଣା, ରାଜେଶ ଗିରି, ପ୍ରଶାନ୍ତ ଦାସ, ଆଲୋକ କୁମାର ସାହୁ, ଗୌରୀ କୁମାର ରାଉତ, ହରିଶ୍ଚନ୍ଦ୍ର ବେହେରା, ଉପେନ୍ଦ୍ର ବିଶ୍ୱାଳ, ସାହିରୁଲ ହକ, ଭାସ୍କର ଜେନା, ଦିଲୀପ ଜେନା, ଶତ୍ରୁଘ୍ନ ସାହୁ, ଲକ୍ଷ୍ମୀଧର ବେହେରା, ବିପ୍ଳବ କୁମାର ମହାନ୍ତି, ପଦାରବିନ୍ଦ ମହାପାତ୍ର, ପ୍ରଫେସର ଅନନ୍ତ ପ୍ରଧାନ, ସୁଶାନ୍ତ କୁମାର ମହାନ୍ତି, ପୂର୍ଣ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ । ପରେ ଅତିଥି ମାନେ ଖାନନଗରରେ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମଧ୍ୟ ମାଲ୍ୟାର୍ପଣ କରିଥିଲେ । ଶ୍ରାଦ୍ଧ ଦିବସ ଅବସରରେ ପ୍ରଥମ ଥର ପାଇଁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ଶାନ୍ତି କାନନଠାରେ ଥିବା ଜିଲା ସଂସ୍କୃତି ଭବନରେ ଅନୁଷ୍ଠିତ ମେଗା ରକ୍ତଦାନ ଶିବିରରେ ୧୫୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଶିବିରକୁ ସିଡ଼ିଏମଓ ଡ. ଦୁଲାଲସେନ ଜଗତଦେଓଙ୍କ ସହ ସୁବାସିନୀ ଜେନା ଓ ନିବେଦିତା ମହାନ୍ତି ଉଦ୍ଘାଟନ କରିଥିଲେ । ଶିବିରରେ ସହରର ବିଭିନ୍ନ ଅନୁଷ୍ଠାନର ସଦସ୍ୟ ସଦସ୍ୟା, ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସାଧାରଣ ଯୁବକ ଯୁବତୀ ଯୋଗ ଦେଇଥିଲେ । ସକାଳ ସାଢ଼େ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ରକ୍ତଦାନ ଶିବିର ଚାଲିଥିଲା । ଶିବିରରେ ଡାକ୍ତର ଜୀତେନ୍ଦ୍ର ଉପାଧ୍ୟାୟଙ୍କ ନେତୃତ୍ୱରେ ଜିଲା ରକ୍ତଭଣ୍ଡାରର କର୍ମଚାରୀମାନେ ସହଯୋଗ କରିଥିଲେ । ଶିବିରକୁ ଦୈନିକ ‘ସମାଜ’, ବାଲେଶ୍ୱର ସଂସ୍କରଣର ଶାଖା ପରିଚାଳକ ମଧୁସୂଦନ ଦାସ, ବ୍ୟୁରୋ ଇନଚାର୍ଯ କୁଳମଣି ବାରିକ, ଡେସ୍କ ଇନଚାର୍ଯ ଶଶୀରଞ୍ଜନ ମଲ୍ଲିକଙ୍କ ସହ ‘ସମାଜ’ର ପରିବାରର ସମସ୍ତ କର୍ମଚାରୀମାନେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜେଶ ଗିରି, ସଲିମ ରାଜା, ସାହିରୁଲ ହକ, ସତ୍ୟରଞ୍ଜନ ଦାସ, ବିକ୍ରମ କେଶରୀ ଦାସ, ପ୍ରଶାନ୍ତ ପଟେଲ, ବ୍ରଜକିଶୋର ପ୍ରଧାନ, ମନୋଜ କୁମାର ଦାସ, ଓରମାସର ଅତିରିକ୍ତ ନିର୍ଦ୍ଦେଶକ ଜୀତେନ୍ଦ୍ର କୁମାର ବିଶ୍ୱାଳ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ