ପଢିଆରିପଲ୍ଲୀ ହାଇସ୍କୁଲରେ ସୁଷମ ଖାଦ୍ୟ ପ୍ରଦର୍ଶନୀ ମେଳା

ହାଟଡିହି, (ବିକାଶ ବିଶ୍ୱାଳ):ପଢିଆରି ପଲ୍ଲୀ ଉଚ୍ଚ ବିଦ୍ୟାଳୟରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସୁଷମ ଖାଦ୍ୟ ପ୍ରଦର୍ଶନୀ ମେଳା ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀ ରେ ୪୦ ଜଣ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରି ନିଜ ନିଜର ସୁଷମା ତଥା ଉପାଦେୟ ଖାଦ୍ୟ ପ୍ରଦର୍ଶନ କରିଥିଲେ । ନବମ ଶ୍ରେଣୀର ଛାତ୍ର ବିଶ୍ୱଜିତ ବେହେରା ପ୍ରଦର୍ଶନ କରିଥିବା ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟ ନବମ ଶ୍ରେଣୀ ପାଇଁ ପ୍ରଥମ ସ୍ଥାନ ଅଧିକାର କରିଥିଲା। ଦଶମ ଶ୍ରେଣୀର ଛାତ୍ରୀ ଭାଗ୍ୟଶ୍ରୀ ଜେନା ମିଲେଟରୁ ପ୍ରସ୍ତୁତ କରି ଆଣିଥିବା ବିଭିନ୍ନ ପ୍ରକାର ଖାଦ୍ୟ ବେଶ ରୁଚିକର ଥିବାରୁ ସେ ଦଶମ ଶ୍ରେଣୀରୁ ପ୍ରଥମ ସ୍ଥାନ ଅଧିକାର କରିଥିଲେ l ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଷ୍ମୀଧର ନାୟକ ଛାତ୍ର ଛାତ୍ରୀ ମାନଙ୍କର ଏଭଳି ପ୍ରୟାସ କୁ ଭୁୟସୀ ପ୍ରଶଂସା କରିବା ସହିତ ସେମାନଙ୍କୁ ଦୁଇ କୃତ୍ତି ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ l ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସୁଦର୍ଶନ ପାଣିଗ୍ରାହୀ ମିଲେଟର ଉପାଦେୟତା ଓ ଆବଶ୍ୟକତା ବିଷୟରେ ସମସ୍ତଙ୍କୁ ବୁଝାଇଥିଲେ l ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରଦର୍ଶନୀ ପାଇଁ ଉତ୍ସାହିତ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ