ପଣ୍ଡିତ ନୀଳକଣ୍ଠ ଦାଶଙ୍କ ୧୩୭ ତମ ଜୟନ୍ତୀ ପାଳିତ
ଛତ୍ରପୁର (ଦେବଦତ୍ତ ମହାରଣା): କୋଭିଡ୍ – ୧୯ ନିୟମ ପାଳନ କରି ସାମାଜିକ ଦୂରତାକୁ ବଜାୟ ରଖି ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟ ପରିସରରେ ପଣ୍ଡିତ ନୀଲକଣ୍ଠଦାଶଙ୍କ ୧୩୭ ତମ ଜୟନ୍ତୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜେନ୍ଦ୍ର କୁମାର ଦାଶଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ଓକିଲ ସଂଘର ସଭାପତି ପ୍ରଦୀପ କୁମାର ପାଢି ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ଉତ୍କଳ ବିଶ୍ୱ ବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗର ଅବସରପ୍ରାପ୍ତ ପ୍ରାଧ୍ୟାପକ ବି.ରାଜେନ୍ଦ୍ର ରାଜୁ , ସମ୍ମାନୀତ ଅତିଥୀଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୁରୀ ଯୋଗ ଦେଇ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ସ୍ମୃତିି ଚାରଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଅଧ୍ୟାପକ ପ୍ରଦୀପ କୁମାର ପଣ୍ଡା, ନିଖୀଳପ୍ରଭା ମିଶ୍ର, ଶୁଭଶ୍ରୀ ଦାଶ ଓ ଗଙ୍ଗାଧର ପଣ୍ଡା , କିରାଣୀ ସନ୍ତୋଷ କୁମାର ଦାଶ ଓ ରାଜେନ୍ଦ୍ର ବେହେରାଙ୍କ ସମେତ ବହୁ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ଶେଷରେ ମହାବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ସୁର୍ଯ୍ୟ ନାରାୟଣ ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ ।