ୟୁଜର୍ସ ଫି ବୃଦ୍ଧି ନ କରିବା ନିମନ୍ତେ ଦାବୀ: ପିଡି ଓ ଇଓଙ୍କୁ ଭେଟିଲେ ଛତ୍ରପୁର ବ୍ୟବସାୟୀ ମହାସଂଘ 

ଛତ୍ରପୁର (ଦେବଦତ୍ତ ମହାରଣା): କରୋନା ମହାମାରୀ ଯୋଗୁଁ ଗତ ଦୁଇ ବର୍ଷ ହେଲା ଲକ ଡାଉନ ଓ ସର୍ଟ ଡାଉନ ଯୋଗୁଁ ସମସ୍ତ ପ୍ରକାର ଛୋଟ ବଡ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିଲା । ଆଉ ଏହାର ସିଧାସଳଖ ପ୍ରଭାବ ପଡିଥିଲା ଛୋଟ ବଡ ବ୍ୟବସାୟୀ ମାନଙ୍କ ଉପରେ । ଏହାର ଦୁଃଖ ବ୍ୟବସାୟୀଙ୍କ ମନରୁ ନ ଲିଭୁଣୁ ଛତ୍ରପୁର ଏନଏସି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ନିର୍ଦ୍ଧାରିତ କରାଯାଇଥିବା ୟୁଜର୍ସ ଫି କୁ ବୃଦ୍ଧି କରାଯାଇଥିବା ସେମାନଙ୍କୁ ଅଧିକ ବିଚଳିତ କରିଛି ।
ଏହାକୁ ବିରୋଧ କରି ଗୁରୁବାର ଛତ୍ରପୁର ବ୍ୟବସାୟୀ ମହାସଂଘ ପକ୍ଷରୁ ଏକ ପ୍ରତିନିଧି ଦଳ ଏନଏସିର ପ୍ରଶାସନିକ ଅଧିକାରୀ ତଥା ଡିଆରଡିଏ ପିଡ ଶିନ୍ଦେ ଦତ୍ତାତ୍ରୟ ଭାଉ ସାହେବଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ପୂର୍ବରୁ ଏନଏସିରେ ବ୍ୟବସାୟ କରୁôଥିବା ସମସ୍ତ ବ୍ୟବସାୟୀ ମାନେ ୟୁଜର୍ସ ଫି ବାବଦକୁ ୩୬୦ ଟଙ୍କା ପୈଠ କରିବାକୁ ନିର୍ଦ୍ଦେଶ ରହିଥିବା ବେଳେ ତାହାକୁ ଏବେ ୧ ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଯାହାକୁ ନେଇ ବ୍ୟବସାୟୀ ମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । କରୋନା ମହାମାରୀ ର ପ୍ରକୋପ ଧୀରେ ଧୀରେ କମିବା ସହ ବର୍ତ୍ତମାନ କିଛି ଦିନ ହେଲା ପରିସ୍ଥିତି ରେ ସ୍ୱାଭାବିକ ହୋଇଥିଲେ ମଧ୍ୟ ବ୍ୟବସାୟୀ ମାନଙ୍କ ବ୍ୟବସାୟରେ ବିଶେଷ ଉନ୍ନତି ଦେଖାଦେଇନାହିଁ । ଫଳରେ ବର୍ଦ୍ଧିତ ଦର ସେମାନଙ୍କ ପକ୍ଷେ ପୈଠ କରିବା ସମ୍ଭବପର ହେଉନାହିଁ । ଏଣୁ ଏହାକୁ ବୃଦ୍ଧି ନ କରିବା ପାଇଁ ସେମାନେ ଉକ୍ତ ଦାବୀ ପତ୍ରରେ ଅନୁରୋଧ କରିଛନ୍ତି । କରୋନା ସମସ୍ତ ବ୍ୟବସାୟୀ ମାନଙ୍କର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଦେଇଥିବା ବେଳେ ବ୍ୟବସାୟୀ ମାନଙ୍କ ହିତ ନିମନ୍ତେ ଏହାକୁ କିଛି କମ୍ କରାଯିବ ବୋଲି ଡିଆରଡିଏ ପିଡି ବ୍ୟବସାୟୀ ମାନଙ୍କୁ କହିଥିଲେ । ଏହା ସହ ଏହି ପ୍ରତିନିଧୀ ଦଳ ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଏନ.ଗଣେଶବାବୁ ମଧ୍ୟ ଭେଟି ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ଏବଂ ୟୁଜର୍ସ ଫି ବୃଦ୍ଧି ନ କରିବା ନିମନ୍ତେ ସେମାନେ ଅନୁରୋଧ କରିଛନ୍ତି । ଏହି ଦାବୀ ପତ୍ର ପ୍ରଦାନ ବେଳେ ଛତ୍ରପୁର କିରାଣୀ ବ୍ୟବସାୟୀ ସଂଘର ସଭାପତି ସୟଦ ମୁକ୍ତାର ଉପସଭାପତି ଜି.ଜନାର୍ଦ୍ଦନ ରାଓ, ଠାକୁରାଣୀ ରୋଡ ସ୍ଥିତ ରାବଣାଆମ୍ମା ବ୍ୟବସାୟୀ ସଂଘର ସଭାପତି ପ୍ରଶାନ୍ତ କୁମାର ମୁଦୁଲି, ପଙ୍କଜ ପାଣିଗ୍ରାହୀ ,ବଡବଜାର ବ୍ୟବସାୟୀ ସଂଘର ସଭାପତି ପ୍ରଫୁଲ କୁମାର ସେନାପତି, ସତ୍ୟ ନାରାୟଣ ପାତ୍ର, କେ.କଲ୍ୟାଣୀ କୁମାର , କେ.ରମେଶ ରାଓ, ଉମା ଶଙ୍କର ସାହୁଙ୍କ ସମେତ ବହୁ ଦୋକାନୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ