ତିରିଶ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଜବତ : ଚାରି ଗଞ୍ଜେଇ ବେପାରୀ ଗିରଫ

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ପୋଲିସକୁ ମିଳିଛି ଏକ ବଡ ସଫଳତା । ଏକ ଟନରୁ ଉର୍ଦ୍ଧ ଗଞ୍ଜେଇ ଜବତ କରିବା ସହ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ବେଆଇନ ଚୋରା ଗଞ୍ଜେଇ ଚାଲାଣ ବେଳେ ମିଡିଆକିଆ ପଞ୍ଚାୟତର ବରିକିଆ ରାସ୍ତାରେ ପୋଲିସ ପକ୍ଷରୁ ଆନୁମାନିକ ତିରିଶ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଗଞ୍ଜେଇ ଜବତ କରିଛି l ବାଲିଗୁଡା ଥାନା ଡିଏସପି ସ୍ୱରାଜ ଦେବତାଙ୍କ ନେତୃତ୍ୱରେ ରାତ୍ରକାଳୀନ ପାଟ୍ରୋଲିଂ ସମୟରେ ବରିକିଆ ଗ୍ରାମରୁ ଅନ୍ୟ ଜିଲ୍ଲାକୁ ବେଆଇନ ଭାବେ ଗଞ୍ଜେଇ ଚୋରା ଚାଲାଣ ବେଳେ ୧୦୪୪ କେ.ଜି ଜବତ କରିଛି ପୋଲିସ |ଗିରଫ ବ୍ୟକ୍ତି ମାନେ ହେଲେ ବାଲିଗୁଡ଼ା ଥାନା ବରିକିଆ ଅଞ୍ଚଳର ଅନ୍ତେଶ୍ଵର ମଳିକ, ନରେଶ ଦିଗାଳ,ଅରୁଣ ଦିଗାଲ ଓ ଦୀନବନ୍ଧୁ ମଳିକ ବୋଲି ବାଲିଗୁଡ଼ା ଥାନା ଡିଏସପି ଶ୍ରୀ ଦେବତା ସୂଚନା ଦେଇଛନ୍ତି l ବାଲିଗୁଡା ଥାନା କେଶ ନଂ. ୧୨୭/୨୧ରେ ଏକ ମାମଲା ରୁଜୁ କରାଯିବା ସହ ଘଟଣାର ତଦନ୍ତ ଥାନା ଅଧିକାରୀ ବାବା ଶଙ୍କର ସରାଫ କରୁଛନ୍ତି |ଚାରିଜଣ ଗିରଫ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବିଷୟ ବାଲିଗୁଡା ଥାନା ଡିଏସପି ସ୍ୱରାଜ ଦେବତା ସୂଚନା ପ୍ରଦାନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ